ବିଭିନ୍ନ ଡ୍ୟାମ୍‌ ଅଞ୍ଚଳରେ ପକ୍ଷୀ ଗଣନା

ରାଜଗାଙ୍ଗପୁର: ରାଜଗାଙ୍ଗପୁର ବନାଞ୍ଚଳ‌ସ୍ଥ ବିଭିନ୍ନ ଜଳଭଣ୍ଡାରମାନଙ୍କରେ ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି। ପିତାମହଲ, ମନ୍ଦିରା ଏବଂ କାଂସବାହାଲ ଡ଼୍ୟାମରେ ଜଣେ ବନପାଳଙ୍କ ସହିତ ୫ ଜଣିଆ ଟିମ୍‌ ଗଠନ କରାଯାଇ ପକ୍ଷୀ ମାନଙ୍କର ଗଣନା କରାଯାଇଥିଲା। ଚଳିତ ବର୍ଷ ମନ୍ଦିରା ଡ଼୍ୟାମରେ ବିଭିନ୍ନ ପ୍ରଜାତିର ପକ୍ଷୀ ଆସିଥିବା ଦେଖିବାକୁ ମିଳିଥିଲା। ମନ୍ଦିରା ଡ଼୍ୟାମରେ ୩୧୩୮ଟି ପକ୍ଷୀ ଥିବାବେଳେ କାଂସବାହାଲ ଡ଼୍ୟାମରେ ଟି ଏବଂ ପିତାମହଲରେ ୧୧୭ଟି ପକ୍ଷୀ ରହିଥିବା ବନ ବିଭାଗ ପକ୍ଷରୁ ଗଣନା କରାଯାଇଛି। ରାଜଗାଙ୍ଗପୁର ବନାଞ୍ଚଳ ଅଧିକାରୀ ପ୍ରମୋଦ ସାହୁଙ୍କ ନେତୃତ୍ବରେ ବନପାଳ ଅସିତ ପଟ୍ଟନାୟକ, ପରମାନନ୍ଦ ପଟେଲ, ହେମନ୍ତ ପାଣ୍ଡେ, ପାଉଲୁସ ଓରାମ ପ୍ରମୁଖ ପକ୍ଷୀ ଗଣନାରେ ସହାୟତା କରିଥିଲେ। ଚଳିତ ଥର ମନ୍ଦିରା ଡ଼୍ୟାମ୍‌ର ଗୋବରପଟି ଅଂଚଳରେ ବିଭିନ୍ନ ପ୍ରଜା‌ତିର ପକ୍ଷୀଙ୍କର ଆଗମନ ହେଉଥିବାରୁ ରାଉରକେଲା ଡ଼ିଏଫ୍‌ଓ ଯଶବନ୍ତ ସେଠୀ, ଆର୍‌ସିସିଏଫ୍‌ ଡ଼. ଅରୁଣ ମିଶ୍ର ମନ୍ଦିରା ଡ଼୍ୟାମ୍‌ ଅଞ୍ଚଳ ପରିଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର