ପିପିଲି: ପିପିଲି ପରେ ଏବେ ନିମାପଡା ଡେଲାଙ୍ଗ ବାର୍ଡ ଫ୍ଲୁ ସନ୍ଦେହ ସୃଷ୍ଟି ହୋଇଛି। ଇତିମଧ୍ୟରେ ହଜାର ହଜାର କୁକୁଡ଼ା ମଲେଣି।
ନିମାପଡା ଓ ଡେଲାଙ୍ଗରୁ କୁକୁଡ଼ାଙ୍କ ନମୁନା ପରୀକ୍ଷା ପାଇଁ ଭୋପାଳ ପଠାଯାଇଛି। ସରକାରୀ କେନ୍ଦ୍ରରେ ୩୪୮୪ ଟି ନମୁନାର ପରୀକ୍ଷା ଜାରି ରହିଛି।
ପିପିଲି ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଜ୍ୱର କାଶ ଓ ଥଣ୍ଡା ବ୍ୟାପିବାରେ ଲାଗିଛି। ଲୋକଙ୍କୁ ସଚେତନତା କରାଇବାକୁ ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଛି।
ସତ୍ୟବାଦୀରେ ୧୪୭୮୭ ଓ ପିପିଲିରେ ୧୪୧୨୪ଟି କୁକୁଡ଼ା ସଂକ୍ରମିତ ଅଞ୍ଚଳରୁ ଆରଆରଟି ମାରିଲେଣି । ପିପିଲିରେ ବାର୍ଡ ଫ୍ଲୁ ଅଣାୟତ୍ତ ହୋଇଛି। ଫାର୍ମ ନିକଟକୁ ରାପିଡ଼ ରେସପନ୍ସ ଟିମ ଯାଉନାହାନ୍ତି ।
ଅଧିକ ପଢ଼ନ୍ତୁ: ବାର୍ଡ ଫ୍ଲୁ କୁକୁଡ଼ାର ସଂସ୍ପର୍ଶରେ ମଣିଷ ଆସିବା ଉଚିତ ନୁହେଁ
ଚାଷୀ ନିଜେ ମଲା କୁକୁଡ଼ାଙ୍କୁ ପୋତୁଛନ୍ତି। ଇତିମଧ୍ୟରେ ପିପିଲି ଡେଲାଙ୍ଗରେ ହଜାର ହଜାର କୁକୁଡ଼ା ମଲେଣି। ନାଳ ନର୍ଦ୍ଦମା ଏବଂ କେନାଲରେ ଚାଷୀ ମଲା କୁକଡ଼ାଙ୍କୁ ଫୋପାଡ଼ିଦେଉଥିବା ଅଭିଯୋଗ ହେଉଛି। ପ୍ରଶାସନ ପକ୍ଷରୁ ଚିଆଁ ମାରିବା ଅଭିଯାନ ଆରମ୍ଭ ହୋଇଛି।
ଅଧିକ ପଢ଼ନ୍ତୁ: ଭଣ୍ଡାର ଘର ମାଟି ତଳେ କିଛି ପଦାର୍ଥ ଅଛିକି ନାହିଁ ତାର ଯାଞ୍ଚ କରାଯିବ : ଆଇନ ମନ୍ତ୍ରୀ