ବିରିୟାନି ହାଉସ୍‌ ସିଲ୍‌ କଲା ଆର୍‌ଏମ୍‌ସି

ରାଉରକେଲା: କୋଭିଡ୍‌ ନିୟମ ଭଙ୍ଗ କରିବା ଫାଷ୍ଟଫୁଡ୍‌ ଦୋକାନୀଙ୍କୁ ମହଙ୍ଗା ପଡିଛି। ସାମାଜିକ ଦୂରତା ବଜାୟ ନ ରଖିବା ଅଭିଯୋଗରେ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପକ୍ଷରୁ ଛେଣ୍ଡ ଭିଏସ୍‌ଏସ୍‌ ମାର୍କେଟର ଦୁଇ ଫାଷ୍ଟଫୁଡ୍‌ ଦୋକାନ ‘ ବିରିୟାନି ହାଉସ୍‌’କୁ ସିଲ୍‌ କରାଯାଇଛି। ଡେପୁଟି କମିଶନର ସୁଧାଂଶୁ ଭୋଇଙ୍କ ଉପସ୍ଥିତିରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ବିରିୟାନି ହାଉସ୍‌ର ଦୁଇଟି ଦୋକାନକୁ ସିଲ୍‌ କରିଛନ୍ତି। ଆଜି ସଂଧ୍ୟାରେ ଆର୍‌ଏମ୍‌ସିର ଡେପୁଟି କମିଶନର ସୁଧାଂଶୁ ଭୋଇଙ୍କ ନେତୃତ୍ବରେ ଗଠିତ୍‌ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଭିଏସ୍ଏସ୍‌ ମାର୍କେଟରେ ଦୋକାନୀମାନେ ସାମାଜିକ ଦୂରତା ନିୟମ ପାଳନ କରୁଛନ୍ତି କି ନାହିଁ ଯାଞ୍ଚ କରୁଥିଲେ। ବିରିୟାନି ହାଉସ୍‌ର ଆଗରେ ଗ୍ରାହକମାନେ ଭିଡ ଜମିଥିଲେ ହେଁ ରୋଜଗାର ଲୋଭରେ ମାଲିକ ସେମାନଙ୍କୁ ବାରଣ କରି ନଥିଲେ। ଆର୍‌ଏମ୍‌ସି ଟିମ୍‌ ପହଞ୍ଚି ମାଲିକଙ୍କୁ ଦାଗିଦ କରିବା ସହ ଦୁଇଟି ଦୋକାନକୁ ସିଲ୍‌ କରିଦେଇଥିଲେ।

ସମ୍ବନ୍ଧିତ ଖବର