ବୀରମହାରାଜପୁର ଓକିଲ ସଂଘର ନିର୍ବାଚନ: କାର୍ତ୍ତିକ ପ୍ରସାଦ ତରିଆ ସଭାପତି ନିର୍ବାଚିତ

ମନୋଜ କୁମାର ମେହେର ହେଲେ ଉପସଭାପତି, ସନ୍ତୋଷ କୁମାର ଚାନ୍ଦ ଯୁଗ୍ମ ସମ୍ପାଦକ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସ୍ତରୀୟ ଓକିଲ ସଂଘର ନିର୍ବାଚନ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବରେ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆ ଓ ଶଙ୍କର୍ଷଣ ପଣ୍ଡାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା । ଏହି ନିର୍ବାଚନରେ ଓକିଲ ସଂଘର ୭୫ ଜଣ ସଦସ୍ୟ ମତଦାନ କରିଥିଲେ । ସେଥିମଧ୍ୟରୁ ଶ୍ରୀ ତରିଆ ୫୦ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ଶଙ୍କର୍ଷଣ ପଣ୍ଡା ୨୫ ଖଣ୍ଡ ଭୋଟ ପାଇଥିଲେ। ଫଳରେ ଶ୍ରୀ ତରିଆ ୨୫ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ ।

ସେହିପରି ଭାବରେ ଉପସଭାପତି ଭାବରେ ମନୋଜ କୁମାର ମେହେର, ସମ୍ପାଦକ ଭାବରେ ଉମାଶଙ୍କର ପଣ୍ଡା ( ଖ) ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ଚାନ୍ଦ, ସହ ସମ୍ପାଦକ ଗୁପ୍ତେଶ୍ୱର ଅମାତ, ଲାଇବ୍ରେରୀ ସମ୍ପାଦକ ଭାବରେ ରଶ୍ମିତା ମିଶ୍ର, କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ଦେହୁରୀ, କାର୍ଯ୍ୟ କାର୍ଯ୍ୟକାରୀ ସଦଶ୍ୟ ଭାବରେ ଗଣପତି ପଣ୍ଡା, ଜତିନ୍ ପାଣିଗ୍ରାହୀ, ରଞ୍ଜିତ କୁମାର ରଥ ଓ ଧିରେନ୍ଦ୍ର ନାରାୟଣ ପଣ୍ଡା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଆଇନଜୀବୀ ଅଜିତ୍ କୁମାର ପାଣିଗ୍ରାହୀ ଠାରୁ ସୂଚନା ମିଳିଛି । ଏଠାରେ ସୂଚାଇ ଦିଆଯାଇପାରେ ଶ୍ରୀ ତରିଆ ଏହା ପୂର୍ବରୁ ବୀରମହାରାଜପୁର ଓକିଲ ସଂଘର ସଭାପତି ଭାବରେ ଆଠ ଥର ଦାୟିତ୍ୱ ତୁଲାଉଛନ୍ତି ।

ସମ୍ବନ୍ଧିତ ଖବର