ଭଦ୍ରକରେ ବାତ୍ୟା ୟାସ ସମୟରେ ଜନ୍ମ ହେଲେ ୬୯ଟି ଶିଶୁ

ଭଦ୍ରକ: ମହାବାତ୍ୟା ‌ୟାସ ସମୟରେ ଭଦ୍ରକରେ ଆଜି ୬୯ଜଣ ଗର୍ଭବତୀ ମହିଳା ପିଲା ୬୯ ଜଣ ଶିଶୁ ସନ୍ତାନକୁ ଜନ୍ମ ଦେଇଛନ୍ତି। ବାତ୍ୟାର ଭୟାବହତାକୁ ଲକ୍ଷ୍ୟ କରି ଗତକାଲି ଜିଲ୍ଲା ପ୍ରଶାସନର ସହାୟତାରେ ଜିଲ୍ଲାର ୭ ଟି ବ୍ଲକ୍ ଓ ୪ ଟି ପୌରାଞ୍ଚଳରୁ ମୋଟ ୨୨୪ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ବିଭିନ୍ନ ମେଡକାଲ୍କୁ ସ୍ଥାନାନ୍ତର କରାଯାଇଥିଲା।

ଆଜି ବାତ୍ୟା ସମୟରେ ଗର୍ଭବତୀ ମହିଳାମାନଙ୍କ ମଧ୍ୟରୁ ୬୯ ଜଣ ମହିଳା ଶିଶୁ ସନ୍ତାନ ଜନ୍ମ ଦେଇଛନ୍ତି। ଆଉ ସମସ୍ତ ମା’ ଓ ଶିଶୁ ସୁରକ୍ଷିତ ଅଛନ୍ତି। ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ସହାୟତାରେ ଏହି ମହିଳାମାନଙ୍କ ଗାଁରୁ ସୁରକ୍ଷିତ ଭାବେ ମେଡ଼ିକାଲରେ ଭର୍ତି କରିଥିଲେ। ଏହି ଅବସରରେ ସେହି ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କୁ ଜିଲ୍ଲାପାଳ ଡ଼ ଜ୍ଞାନ ଦାସ୍ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର