ଭଞ୍ଜନଗର: ଭଞ୍ଜନଗର ସହରର ଜଣାଶୁଣା ବ୍ୟବସାୟୀ ଭାରତୀ ଭଣ୍ଡାରର ଅନ୍ୟତମ ସଦସ୍ୟ ବିବେକାନନ୍ଦ ମହାପାତ୍ର ନିଜ ପୁଅ ଓମର ଜନ୍ମଦିନକୁ ଭୋଜିଭାତ ସାଙ୍ଗସାଥୀରେ ପାଳନ ନକରି କୃଷ୍ଠାଶ୍ରମ ଏବଂ ଉପାନ୍ତ ଗ୍ରାମର ଗରୀବ ପିଲାମାନଙ୍କ ଗହଣରେ ପାଳିଛନ୍ତି। ବିପଦର ବନ୍ଧୁ ଅନୁଷ୍ଠାନ ସହାୟତାରେ କୃଷ୍ଠାଶ୍ରମରେ ଅନ୍ତେବାସୀ ମାନଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ। ଏଥିସହ କାଳିଆମ୍ବା,ଗୁଡିଆମ୍ବା ଓ ପୁରୁଣାପାଣୀ ଗ୍ରାମର ଗରୀବ ପିଲା ମାନଙ୍କୁ ପାଠ୍ୟ ଉପକରଣ ଓ ସୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।
Sambadଏଥିରେ ଶୂଳପାଣୀ ଶତପଥୀ, ଅରକ୍ଷିତ ପରିଚ୍ଛା, ପ୍ରଦୀପ ଜେନା, ପପୁ ପାତ୍ର, ପବିତ୍ର ପ୍ରଧାନ, ଜ୍ଞାନଚାନ୍ଦ ପାତ୍ର, ରାଜା ନାୟକ, ଶ୍ୟାମଚନ୍ଦ୍ର ସରାବ, ସାମ୍ବାଦିକ ନଚିକେତା ପ୍ରଧାନ, ସୁଜିତ ବିଷୋୟୀ, ପ୍ରଦୀପ ସେଠୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/BNJ-BJ-janma-dina.jpg)