ବାରିପଦା: ମୟୂରଭଞ୍ଜରେ ପୁଣିଥରେ ଜୋର ଧରିଛି ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବି। କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତଥା ମୟୁରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ନୂଆଦିଲ୍ଲୀରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରନ୍ ରିଜିଜୁଙ୍କୁ ଭେଟି ଏହି ଦାବି ଉପସ୍ଥାପନ କରିଛନ୍ତି। ମୟୂରଭଞ୍ଜରେ ଉଚ୍ଚ ନ୍ୟାୟାଳୟର ଏକ ବେଞ୍ଚ୍ ପ୍ରତିଷ୍ଠା ମୟୂରଭଞ୍ଜବାସୀଙ୍କ ଦୀର୍ଘ ଦିନର ଦାବି ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।
ଏଥିସହିତ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ନିଯୁକ୍ତିରେ ବିବାଦ ସୃଷ୍ଟି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଆଲୋଚନା କରିଥିଲେ। ତେବେ ଜିଲ୍ଲାର ନ୍ୟାର୍ଯ୍ୟ ଦାବୀ ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ କାର୍ଯ୍ୟଧାରା ନେଇ ସମ୍ପୂର୍ଣ୍ଣ ଆଲୋଚନା କରିଥିଲେ। ଏହି ସାକ୍ଷାତ ଆଲୋଚନା ସମୟରେ ବରିଷ୍ଠ ବିଜେପି ନେତା ଜୀବନ କୁମାର ସାହୁ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥଲେ ।
ତେବେ ଏକଦା ମୟୂରଭଂଜ ସ୍ୱତନ୍ତ୍ର ରାଜ୍ୟ ଥିବା ବେଳେ ଏଠାରେ ହାଇକୋର୍ଟ ରହିଥିଲା । ପରବର୍ତ୍ତୀ ସମୟରେ ଓଡିଶାର ଏକ ଜିଲ୍ଲା ଭାବରେ ମୟୂରଭଞ୍ଜ ପରିଗଣିତ ହେବା ପରେ ସରକାର ଏଠାରୁ ହାଇକୋର୍ଟ ଉଠାଇ ନେଇଥିଲେ । ଏଣୁ ଜିଲ୍ଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ଦୀର୍ଘଦିନରୁ ରହିଆସିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/bisweswar-tudu.jpg)