ବେଲପଡା ବ୍ଲକ୍‌ ୨୬ ନଂ ଜିଲ୍ଲା ପରିଷଦ ସଭ୍ୟ ଉପନିର୍ବାଚନ: ବିଜେଡି ପ୍ରାର୍ଥୀ ବିଶ୍ବାମିତ୍ର ବିଶି ବିଜୟୀ

ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍‌ ୨୬ ନଂ ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ ପଦ ଉପନିର୍ବାଚନ ପାଇଁ ୨୨ ତାରିଖରେ ଭୋଟ୍‌ ଗ୍ରହଣ ହୋଇଥିଲା। ବୁଧବାର ବେଲପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଭୋଟ୍‌ ଗଣତି ହୋଇଛି। ଏଥିରେ ବିଜେଡିରୁ ବିଶ୍ବାମିତ୍ର ବିଶି, ବିଜେପିରୁ କୁନୁ ମୁଣ୍ତା, କଂଗ୍ରେସରୁ ଗଣ୍ତାରାମ ବିଶ୍ବାଳ ଓ କୋଶଲ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଗୁଣନିଧି ବର୍ଗେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଏଥିରେ ବିଶ୍ବାମିତ୍ରଙ୍କୁ ୧୦୧୯୩ ଖଣ୍ତ, କୁନୁଙ୍କୁ ୫୮୮୯ଖଣ୍ତ, ଗୁଣନିଧିଙ୍କୁ ୧୫୨୪ଖଣ୍ତ ଓ ଗଣ୍ତାରାମଙ୍କୁ ୫୦୩ ଖଣ୍ତ ଭୋଟ୍‌ ମିଳିଥିଲା। ବିଜେଡି ପ୍ରାର୍ଥୀ ତାଙ୍କ ନିକଟତମ ବିଜେପି ପ୍ରାର୍ଥୀଙ୍କ ଠାରୁ ୪୩୦୪ଖଣ୍ତ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ଆନୁଷ୍ଠାନିକ ଭାବେ ବିଜେଡି ପ୍ରାର୍ଥୀ ବିଶ୍ବାମିତ୍ର ବିଶିଙ୍କୁ ବିଜୟୀ ଘୋଷଣା କରାଯାଇଥିବା ଉପଜିଲ୍ଲାପାଳ ସୋମନାଥ ପଧାନ ଓ ବିଡିଓ ଭିକ୍ଟର ସୋରେଙ୍ଗ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଏହି ୨୬ ନଂ ଜୋନ୍‌ରେ ବିଜେପିର ନାଜର ବର୍ଗେ ଜିଲ୍ଲା ପରିଷଦ ସଭ୍ୟ ଥିଲେ। ତାଙ୍କର ମୃତ୍ୟୁ ହେବାରୁ ଉପନିର୍ବାଚନ ହୋଇଥିଲା।

ସମ୍ବନ୍ଧିତ ଖବର