ବିଷମକଟକ ତହସିଲଦାରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଶୁଭେନ୍ଦୁ ଜେନା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ତହସିଲଦାରଙ୍କ ଗାଡ଼ି ସୋମବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ହସିଲଦାର ଶୁଭେନ୍ଦୁ ଜେନା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଶୁଭେନ୍ଦୁଙ୍କ ସହିତ ଥିବା ତାଙ୍କ ଡ୍ରାଇଭର ଓ ୩ଜଣ ସାମାନ୍ୟ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ବିଷମକଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ବିଷମକଟକ ତହସିଲଦାର ଶୁଭେନ୍ଦୁ ଜେନା ଡୁକୁମୁ ପଞ୍ଚାୟତରୁ ଫେରୁଥିବା ବେଳେ ନିର୍ଗୁଣ୍ଡି ନିକଟରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କୁହାଯାଉଛି କି ଗାଡ଼ି ଭାରସାମ୍ୟ ହରାଇବା ହେତୁ ଏହି ଦୁର୍ଘଟଣା ଘଟିଛି।

ସମ୍ବନ୍ଧିତ ଖବର