ରାୟଗଡା: ପବିତ୍ର ମହାବିଷୁବ ସଂକ୍ରାନ୍ତ, ହନୁମାନ୍ତ ଜୟନ୍ତୀ ତଥା ଓଡିଆଙ୍କ ନବବର୍ଷ ରାୟଗଡା ସହରେର ଧୁମଧାମରେ ପାଳିତ ହୋଇ ଯାଇଛି। ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି, ରାୟଗଡା ଜିଲ୍ଲା ତରଫରୁ ମହାବିଷୁବ ସଂକ୍ରାନ୍ତି ମହା ଆଡମ୍ବରରେ ଜିସିଡି ହାଇସ୍କୁଲ ପଡିଆ ଠାରେ ପାଳିତ ହୋଇଯାଇଛି। ଶୁକ୍ରବାର ଅପରାହ୍ନ ୪ଟି ସମୟରେ ମା ମଝିଘରିଆଣୀ ମନ୍ଦିରରୁ ବିଷୁବ ସଂକ୍ରାନ୍ତି ଉପଲକ୍ଷେ ଆଜ୍ଞାମାଳ ଅଣା ଯାଇଥିଲା। ଏଥିସହ ଜଗତରନାଥ ଜଗନ୍ନାଥ ମନ୍ଦିର ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ପୂଜାର୍ଚ୍ଚନା କରି ଆଜ୍ଞମାଳ ଅଣାଯାଇ ଜିସିଡି ପଡିଆ ଅଭିମୁଖେ ବାହାରିଥିଲା ଶୋଭାଯାତ୍ରା। ଶୋଭାଯାତ୍ରାରେ ପ୍ରାୟ ୩ ହଜାର ଲୋକଙ୍କ ସମାଗମ ହୋଇଥିବା ବେଳେ ନୃତ୍ୟଦଳ, ବାଦ୍ୟ ଓ ବାଣ ଶବ୍ଦରେ ସହର ପ୍ରକମ୍ପିତ ହୋଇ ଉଠିଥିଲା ସହର। ଜାତି, ଧର୍ମ, ବର୍ଣ୍ଣ ନିର୍ବିିଶେଷରେ ଲୋକେ ଶୋଭାଯାତ୍ରାରେ ସାମିଲ ହୋଇଥିଲା। ଶୋଭାଯାତ୍ରାରେ ପ୍ରାୟ ୨ ହଜାର ଲୋକ ସାମିଲ ହୋଇଥିଲେ। ଜୟ ଶ୍ରୀରାମ ନାରା ଦେଇ ଯୁବଗୋଷ୍ଠୀ ଜିସିଡି ପଡିଆ ଅଭିମୁଖେ ବାହାରିଥିଲେ। ଆଜ୍ଞାମାଳ ଅଣାଯାଇ ଜିସିଡି ପଡିଆ ଉଚ୍ଚ ବିଦ୍ୟାଳୟ ସ୍ଥିତ ବିଷୁବ ବନ୍ଧୁମିଳନ ଉତ୍ସବ ମଞ୍ଚରେ ସ୍ଥାପନ କରାଯାଇଥିଲା। ଆଜ୍ଞାମାଳ ସ୍ଥାପନ ପରେ ସାମୂହିକ ଭାବେ ହନୁମାନ ଚାଳିଶା ପାଠ କରାଯାଇଥିଲା। ଯାହାଫଳରେ ପରିବେଶ ଭକ୍ତିମୟ ହୋଇ ପଡିଥିଲା। ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟିର ସଭାପତି ଡଃ. ନିରଂଜନ ପ୍ରସାଦ ବକ୍ସିପାତ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
/sambad/media/post_attachments/wp-content/uploads/2023/04/Rgda-Sahitya-bisuba-bandhu-milan2023-3.jpg)
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ସମ୍ମାନୀତ ଅତିଥି ଭାବେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାଶ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଅନୁସୟା ମାଝୀ, ପୌରା ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କମିଟି ତରଫରୁ ଅତିଥିଙ୍କ ସହ ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗାପ୍ରସାଦ ପଣ୍ଡା, ବରିଷ୍ଠ ବିଜେଡି ନେତା ୟାଲା କୋଣ୍ଡାବାବୁ, କାଶି ନାଇଡୁ, ଯୁବଆଦିବାସୀ ନେତା ଆପଲସ୍ୱାମୀ କାଡ୍ରାକା ଓ ବସନ୍ତ ଉଲ୍ଲାକାଙ୍କୁ ମଞ୍ଚରେ ସମ୍ବର୍ଦ୍ଧନା କରାଯାଇଥିଲା। ଅତିଥିମାନଙ୍କୁ ସଭ୍ୟ ମଦନ ମୋହନ ପାଢୀ, ସତ୍ୟବାଦୀ ପତି, ଡଃ. ଦୁଷ୍ମନ୍ତ କୁମାର ମହାନ୍ତି, ସୁନିଲ ପଣ୍ଡା, ପଦ୍ମନାଭ ଦାଶ, ମଞ୍ଜୁଆ ମିଣିୟାକା, ଦେବାଶିଷ ଖାଡାଙ୍ଗା ପ୍ରମୁଖ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଲୋକପ୍ରିୟ ପ୍ରାର୍ଥନା ଟିଭି ଚାନେଲର କଳାକାର ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ଭଜନ ସମାରୋହ। କଣ୍ଠଶିଳ୍ପୀ ଅନନ୍ୟା ସାହୁ, ରାଜ ବିଶୋଇ, ଅଲିଭା ସ୍ମୃତି ରଥ, କୁମାର ଦୀପୁନାଙ୍କ ସଂଗୀତରେ ମତୁଆଲା ହୋଇଥିଲେ ଲୋକେ। ସାଂସ୍କୃତିକ କାର୍ଯ୍ୟକ୍ରମ ସଭ୍ୟ ସନ୍ତୋଷ ପାତ୍ରଙ୍କ ତତ୍ୱବଧାନରେ ଅନୁଷ୍ଟିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ରଞ୍ଜନ ରଥ, ସତ୍ୟ ପାଢୀ, ଅଶୋକ ପଣ୍ଡା, ସନ୍ତୋଷ ରଥ, ପାପୁନି ନନ୍ଦ ପ୍ରମୁଖ।