ବାଲେଶ୍ୱର: ପୂରା ଦେଶରେ ମଙ୍ଗଳବାର ଭଗବାନ ବିଶ୍ୱକର୍ମାଙ୍କୁ ପୂଜାର୍ଚ୍ଚନା କରାଯାଇଛି। ଏହି କ୍ରମରେ ବାଲେଶ୍ୱରରେ ମଧ୍ୟ ଆଜି ବିଭିନ୍ନ ଅନୁଷ୍ଠାନ ତରଫରୁ ବିଶ୍ୱକର୍ମାଙ୍କୁ ପୂଜା କରାଯାଇଛି।

Advertisment

publive-image

ପୂଜାକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥାମାନେ ଆକର୍ଷଣୀୟ ଭାବେ ସାଜସଜ୍ଜା କରିଛନ୍ତି। ବାଲେଶ୍ୱର ଘରୋଇ ବସ ମାଲିକ ପାରଂପରିକ ବାଦ୍ୟକୁ ସାଂକେତିକ ଭାବେ ତୋରଣରେ ରଖିଛି। ପୂଜାରେ ଅନ୍ୟାନ୍ୟ ପୌରାଣିକ କିମ୍ବଦନ୍ତୀକୁ ମଧ୍ୟ ଉପସ୍ଥାପନ କରାଯାଇଛି।

publive-image

କେଉଁଠି ବିଶ୍ୱକର୍ମାଙ୍କ ଆକର୍ଷଣୀୟ ମୂର୍ତ୍ତି ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରାଯାଉଛି ତ କେଉଁଠି ତୋରଣକୁ ଗୁରୁତ୍ୱ ଦିଆଯାଇଛି। ସହରରେ ପ୍ରାୟ ଶତାଧିକ ସ୍ଥାନରେ ବିଶ୍ୱକର୍ମାଙ୍କୁ ପୂଜାର୍ଚ୍ଚନା କରାଯାଉଛି।

publive-image

ବାଲେଶ୍ୱର ଶିଳ୍ପାଂଚଳରେ ମଧ୍ୟ ଆକର୍ଷଣୀୟ ଭାବେ ପୂଜା ପାଳିତ ହୋଇଯାଇଛି। କିଛି ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

publive-image