ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ ବିଶ୍ବକେଶନ ହରିଚନ୍ଦନ

ପିପିଲି: ପିପିଲି ଉପନିର୍ବାଚନ ନେଇ ନୂଆ ପ୍ରାର୍ଥୀ ଚୟନ ପରେ ଆଜି କଂଗ୍ରେସର ନୂଆ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି | ପ୍ରକାଶଥାଉକି, ପିପିଲି ଉପନିର୍ବାଚନ ପାଇଁ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଥିବା ଅଜିତ ମଙ୍ଗରାଜ ପ୍ରାର୍ଥୀ ହୋଇଥିଲେ। କିନ୍ତୁ କୋଭିଡ ରୋଗ ପୀଡ଼ିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗତ ୧୪ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା।

ସେବେଠାରୁ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ପରେ ନିର୍ବାଚନ କମିସନ ମେ ୧୩ ତାରିଖକୁ ସାନି ଭୋଟ ଗ୍ରହଣ ତାରିଖ ଘୋଷଣା କରିଥିଲେ। କିନ୍ତୁ ସେହିଦିନ ଇଦ୍‌-ଉଲ୍‌-ଫିତର ପର୍ବ ପଡ଼ୁଥିବାରୁ ଗତକାଲି ପୁଣିଥରେ ଏହି ଭୋଟ ଗ୍ରହଣ ତାରିଖକୁ ମେ ୧୬ ତାରିଖକୁ ଘୁଞ୍ଚାଇଛନ୍ତି। ୧୬ ତାରିଖରେ ମତଦାନ ଓ ମେ ୧୯ ତାରିଖରେ ଭୋଟ ଗଣତି କରିବା ପାଇଁ ନିର୍ବାଚନ କମିସନ ଦିନ ଧାର୍ଯ୍ୟ କରିଛନ୍ତି।

ଏଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଦଳୀୟ ପ୍ରାର୍ଥୀ ଶ୍ରୀ ମହାପାତ୍ର ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ ଅନ୍ତର୍ଗତ ରେଙ୍ଗାଳ ଗ୍ରାମ ପଞ୍ଚାୟତର ଝାରପଡ଼ା ଗ୍ରାମ ବାସିନ୍ଦା। ୪୪ ବର୍ଷୀୟ ଏହି ବ୍ୟକ୍ତି କଂଗ୍ରେସର ସେବା ଦଳ ସହ ଦୀର୍ଘଦିନକୁ ଜଡ଼ିତ ଅଛନ୍ତି। ତାଙ୍କର ଶିକ୍ଷାଗତ ଯୋଗ୍ୟ ବି.ଏ.ଏଲ୍‌.ଏଲ୍‌.ବି। ପେଶାରେ ଜଣେ ଆଇନଜୀବୀ। ସେ ଏବେ ପୁରୀ ଜିଲ୍ଲା କଂଗ୍ରେସ ସେବାଦଳର ମୁଖ୍ୟ ସଂଗଠକ ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର