ଭବାନୀପାଟଣା: କଳାହାଣ୍ଡି ବିଜେପି ପକ୍ଷରୁ ଚାଷୀଙ୍କ ଧାନ ଓ କପା କଟ୍ନି ଛଟ୍ନିକୁ ପ୍ରତିବାଦ କରି କଳାହାଣ୍ଡି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣା ଶୁକ୍ରବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଏହି ଗଣଧାରଣାରେ ବିଜେପି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ପୂର୍ବତନ ଜିଲ୍ଲା ସଭାପତି ଭବେନ୍ଦ୍ର ପଣ୍ଡା, ଜିଲ୍ଲା ସାଧାରଣ ସଂପାଦକ ସୁଧିର ପଟ୍ଟଯୋଷୀ, ଯୁଗଳ ପୋଢ, ଜୟ ଶଙ୍କର ନାଏକ, ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାଗ, ଅନୁସୂଚିତ ଜାତି ମୋର୍ଚ୍ଚା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୌଶବ ବିହାରୀ, ଅପ୍ରେସ୍ ସ୍ୱାଇଁ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶରତ ଚନ୍ଦ୍ର ନାଏକ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି କେଶରୀ ଦୁର୍ଗା, ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁକୁନ୍ଦ ଭୋଇ, ମୋର୍ଚ୍ଚା ସାଧାରଣ ସଂପାଦକ ଆନନ୍ଦ ପାତ୍ର, ସଂପାଦକ ସୁଧିର ମୁଣ୍ଡ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ, ପୀତାମ୍ବର ସାହୁ, ବରିଷ୍ଠ ବିଜେପି ନେତା ଇନ୍ଦୁ ଭୂଷଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଉଛୁଲା କପା ମଣ୍ଡିରେ ଆର୍ଏମ୍ସି ଅଧିକାରୀ ଚାଷୀଙ୍କଠାରୁ ଟୋକନ୍ ନାଁରେ ୫୦୦ ରୁ ୧୦୦୦ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ମଣ୍ଡିରେ ଦଲାଲ, ପ୍ୟାକ୍ସ ଓ ମିଲ୍ ମାଲିକ ମିଶି ଚାଷୀଙ୍କୁ ଶୋଷଣ କରୁଛନ୍ତି।
ମଣ୍ଡିରେ ଚାଷୀର ଧାନ କ୍ୱିଣ୍ଟାଲ ପ୍ରତି ୫ କେଜିରୁ ୧୦ କେଜି କଟ୍ନି କରୁଥିବା ଚାଷୀ ଅଭିଯୋଗ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଚାଷୀ ଧାନ ବିକିବାର ପ୍ରାପ୍ୟ ଆଜି ପର୍ଯ୍ୟନ୍ତ ପାଇନାହାନ୍ତି। ଏଥିରେ ସଂପୂର୍ଣ୍ଣ ଭାବରେ କଳାହାଣ୍ଡି ଜିଲ୍ଲାର ବିଜେଡି ନେତାମାନଙ୍କ ସଂପୃକ୍ତି ଥିବା ଓ ଜିଲ୍ଲା ପ୍ରଶାସନକୁ ବଳ ଦେଉଥିବା ବିଜେପି ଅଭିଯୋଗ କରିଛି। ଯେଉଁ ପର୍ଯ୍ୟନ୍ତ ଚାଷୀମାନଙ୍କ ସମାଧାନ ନ ହୁଏ ସେ ଦିନ ପର୍ଯ୍ୟନ୍ତ ଗଣଧାରଣା ଜାରି ରହିବ ବୋଲି ନେତୃବୃନ୍ଦ କହିଥିଲେ। ଏଥିରେ ଜିଲ୍ଲା କୋଷାଧ୍ୟକ୍ଷା ପ୍ରମୋଦ ଜୈନ, ବରିଷ୍ଠ ନେତା ଜନାର୍ଦ୍ଧନ ପଣ୍ଡା, ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶକ୍ତିରଞ୍ଜନ ଶତପଥି, ଜିଲ୍ଲା ମିଡିଆ ସେଲ୍ ପ୍ରମୁଖ ପ୍ରେମନାଥ ନାଏକ ଓ ଅନ୍ୟମାନେ ସାମିଲ ଥିଲେ।