ଜୟପୁର: ଘରେ ଘରେ ଶଙ୍ଖ ପରିବାର ସଂପର୍କ ଅଭିଯାନ ବରିଷ୍ଠ ବିଜେଡି ନେତ୍ରୀ ଡଃ ଇନ୍ଦିରା ନନ୍ଦଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ମୁକ୍ତାଯୋଜନାର ଉପଦେଷ୍ଟା ମୀରା ପରିଡ଼ା, ସମ୍ମାନୀତ ଅତିଥି ଭାବେ ପୌରପାଳିକା ଉପାଧ୍ୟକ୍ଷା ତଥା ରାଜ୍ୟ ମହିଳା ବିଜେଡି ଉପସଭାପତି ବି.ସୁନିତା, ଜିଲ୍ଲା ମହିଳା ବିଜେଡି ସ‌ଭାନେତ୍ରୀ ପ୍ରଭାତି ମସ୍ତି, ସାଧାରଣ ସଂପାଦିକା ସରିତା ମିଶ୍ର, ସୁଷମା ମହାପାତ୍ର, ନଗର ସଭାପତି ଶିଳ୍ପା ପାଣି, ଜିଲ୍ଲା ବିଜେଡି ମହିଳା  ଜିଲ୍ଲା ଉପସଭାନେତ୍ରୀ ଡଃ ଗାୟତ୍ରୀ ଦେବୀ ଆଦି ଭାଗ ନେଇ ଦଳର ଜନହୀତକାରୀ ଯୋଜନା ସଂପର୍କରେ ତୃଣମୂଳସ୍ତରରେ ପହଚାଂଇବାକୁ ପରାମର୍ଶ ଦେଇଥିଲେ। କିଭଳି ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଜିତାଇବାକୁ କର୍ଣ୍ଣମନ୍ତ୍ର କରିଥିଲେ।