ଧାମନଗର ଉପନିର୍ବାଚନ: ଅବନ୍ତୀଙ୍କ ପାଇଁ ବିଜେଡିର ଜୋରଦାର ପ୍ରଚାର

ବିଜେଡି ପ୍ରଚାରର ମଙ୍ଗରେ ଯୁବ ଭେଟରାନ୍

ଭଦ୍ରକ: ଧାମନଗର ଉନନିର୍ବାଚନରେ ଏବେ ବିଜେଡି ଜୋରଦାର ପ୍ରଚାର ଚଳାଇଛି। ବିଜେଡିର ପ୍ରାର୍ଥୀ ଚୟନର ଗୋଳମଳ ପରେ ଅଡୁଆ ସ୍ଥିତିରେ ଥିବା ବିଜେଡି ମହିଳା କାର୍ଡ ଖେଳି ନବାଗତା ଅବନ୍ତୀ ଦାସଙ୍କୁ ନିର୍ବାଚନ ମଇଦାନକୁ ଆଣି ଗେମ ଖେଳୁଛି ବିଜେଡି। ଏଇ ନିର୍ବାଚନ ଗେମରେ ବିଜେଡି କିଭଳି ତାର ଜିତା ପଟ୍ଟ ରଖିବ ତାକୁ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ବିକାଶମୂଳକ କାର୍ଯ୍ୟକୁ ପାଥେୟ କରି ବିଜେଡି ଧାମନଗର ନିର୍ବାଚନ ମଣ୍ଡଳୀର ବୈତରଣୀ ପାର ହେବାକୁ ଚାହୁଛି।

ରାଜ୍ୟ ବିଜେଡିର ସଂଗଠନ ସମ୍ପାଦକ ବବି ଦାସଙ୍କ ଇଂଗୀତରେ ବିଜେଡି ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର କରୁଛି। ତାଙ୍କ ଦ୍ବାରା ପ୍ଲାନ ପ୍ରସ୍ତୁତ ହେଉଛି। ଆଉ ଧାମନଗରରେ ତାହା କାର୍ଯ୍ୟକାରୀ ହେଉଛି। ବିଷ୍ଣୁଙ୍କ ବିଜେପି ଗଡକୁ କିଭଳି ଭାଙ୍ଗିବାକୁ ହେବ। ଧାମନଗରରେ କିଭଳି ଶଙ୍ଖ ବାଜିବ। ସେଥିପାଇଁ ଗେମ ମାଷ୍ଟର ବବିଙ୍କ ଆଖିରୁ ନିଦ ହଜି ଯାଇଛି। ଘନଘନ ଚାଲୁଛି ବୈଠକ। ଭଦ୍ରକ ଜିଲ୍ଳାର ବିଜେଡି ନେତାଙ୍କ ଭିତରେ ଥିବା ଗୋଷ୍ଠୀ କନ୍ଦଳକୁ ପଛକୁ ପକାଇ ସବୁ ନେତାକୁ ପ୍ରଚାର ମଇଦାନକୁ ଟାଣିଛନ୍ତି ବବି। ସବୁ ଭଦ୍ରକିଆ ନେତା ଏବେ ଧାମନଗରରେ ପକାଇଛନ୍ତି ଡେରା। ବବିଙ୍କ ନିର୍ଦ୍ଦେଶକ୍ରମ‌େ ଏବେ ପ୍ରଚାର ଦାୟିତ୍ବରେ ରହିଛନ୍ତି। ବିଜେଡିର ଧର୍ମଶାଳା ବିଧାୟକ ତଥା ଭଦ୍ରକର ଜିଲ୍ଳା ବିଜେଡି ପର୍ଯ୍ୟବେକ୍ଷକ ଜିତୁ ବଳବନ୍ତରାୟ, ଚାନ୍ଦବାଲି ବିଧାୟକ ବାପି ରାୟ, ଭଦ୍ରକ ବିଧାୟକ ବଣୁ ମଲ୍ଲିକ, ରାଜ୍ୟ ମତ୍ସ୍ୟ ନିଗମର ପୂର୍ବତନ ଅଧ୍ୟକ୍ଷ ବୁଲୁ ପଟ୍ଟନାୟକ, ବିଜେଡି ରାଜ୍ୟ ସମ୍ପାଦକ ଲୁଲୁ ସାମଲ, ବାସୁଦେବପୁର ବିଧାୟକ ଜିତୁ ରାଉତରାୟ, ଧାମନଗର ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ବୁବୁନ ନାୟକ। ବିଜେଡିର ଏଇ ଯୁବ ନେତୃତ୍ବଙ୍କୁ ‌ଏବେ ଆଗକୁ ଆଣି।

Sambad

ବିଜେଡି ଫ୍ରଣ୍ଟଫୁଟରେ ନିର୍ବାଚନ ଗୋଲ ଜିତିବାକୁ ଆଶାବାଦୀ ଅଛନ୍ତି। ଏଇ ଯୁବ ନେତାମାନଙ୍କୁ ସହ ପ୍ରଚାର ମଇଦାନରେ ରହିଛନ୍ତି ମନ୍ତ୍ରୀ ପ୍ରତିରଞ୍ଜନ ଘଡେଇ, ସାଂସଦ ମଞ୍ଜୁଲତା ମଣ୍ଡଳ, ସାଂସଦ ସୁଲତା ଦେ, ମନ୍ତ୍ରୀ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଭଣ୍ଡାରିପୋଖରୀର ବିଧାୟକ ପ୍ରଫୁଲ୍ଲ ସାମଲ। ପ୍ରଫୁଲ ନିଜ ପ୍ରତିକ୍ରିୟାରେ କହନ୍ତି, ଧାମନଗରବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ଉପରେ ଭରସା କରି ପୁଣି ଉପନିର୍ବାଚନରେ ବିଜେଡିକୁ ବିଜୟୀ କରିବେ ବୋଲି କହିଥିବାବେଳେ ବିଦ୍ରୋହୀ ପ୍ରାର୍ଥୀ ବିଜେଡି ପାଇଁ କିଛି ଫରକ ପଡିବ ନାହିଁ। ସାମ୍ବାଦିକମାନଙ୍କୁ ନିଜର ମତ ଦେଇ ଜିଲ୍ଲା ପର୍ଯ୍ୟବେକ୍ଷକ ଜିତୁ ବଳବନ୍ତରାୟ କହନ୍ତି, ଶୁକ୍ରବାରଠାରୁ ଆମର ନିର୍ବାଚନୀ ପ୍ରଚାର ଆହୁରି ଜୋରଦାର କରାଯିବ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ବିକାଶ ମୂଳକ କାର୍ଯ୍ୟ ଉପରେ ଭରସା କରି ଅନ୍ୟ ଦଳରୁ ଆସି ଆଜି ଆମ ବିଜେଡି ଦଳରେ ବହୁ ନେତା ଓ କର୍ମୀ ମିଶିଛନ୍ତି। ନିର୍ବାଚନ ବେଳେ ଧାମନଗରବାସୀ ସେମାନଙ୍କର ରାୟ ବିଜେଡିର ଅବନ୍ତୀ ଦାସଙ୍କ ସପକ୍ଷରେ ରଖିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର