ଜୟପୁରରେ ୨୪ତମ ବିଜେଡି ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ପଞ୍ଚାୟତ ଓ ପୌରନିର୍ବାଚନ ପାଇଁ ଏକଜୁଟ ହେବାକୁ ଆହ୍ବାନ

ଜୟପୁର: ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ୨୪ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ସ୍ଥାନୀୟ ସଂଗମ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଜେଡି ନେତ୍ରୀ ତଥା ସମବାୟବିତ୍ ଡ.ଇନ୍ଦିରା ନନ୍ଦଙ୍କ ଆହ୍ବାନକ୍ରମେ ଏହା ଆୟୋଜନ ହୋଇଥିଲା। ଏଥିରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ଜିଲ୍ଲା ବିଜେଡି ସଭାପତି ଇଂ.ଇଶ୍ବରଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ପୌରଉପାଧ୍ୟକ୍ଷ ସୂର୍ଯ୍ୟନାରାୟଣ ରଥ, ବିଜୁ ଶ୍ରମିକ ସମ୍ମୁଖରେ ଜିଲ୍ଲାସଭାପତି ବାଲା ରାୟ, ବରିଷ୍ଠ ବିଜେଡି ନେତା ଦୁର୍ଗା ମିଶ୍ର, ରାଜ୍ୟ ପରିଷଦ ସଭ୍ୟ ଅନୁପ ପାତ୍ର, ଯୁବ ବିଜେଡିର ରାଜ୍ୟ ଯୁଗ୍ମ ସଂପାଦକ ଧର୍ମେନ୍ଦ୍ର ଅଧିକାରୀ, ସନ୍ତୋଷ ମିଶ୍ର, ପୂର୍ବତନ ବ୍ଲକ ସଭାପତି ଶିବ ପଟ୍ଟନାୟକ, ଲାଡି ଶ୍ରିନୁ ପ୍ରମୁଖ ବକ୍ତାଭାବେ ଯୋଗ ଦେଇ ଦଳର ପୂର୍ବ ସ୍ଥିତିକୁ ପୁଣି ବଜାୟ ରଖିବାକୁ ସଂକଳ୍ପ ନେଇ ମତାନ୍ତର, ମନାନ୍ତର ଭୁଲି ଏକଜୁଟ ହେବାକୁ ଆହ୍ବାନ ଦେଇଥିଲେ।

ଆଗାମୀ ଦିନରେ ହେବାକୁ ଥିବା ପୌର ଓ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ପୂର୍ବ ଗୌରବ ବଜାୟ ରଖିବ ସେ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ପ୍ରବାଦପୁରୁଷ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମସ୍ତ କାର୍ୟ୍ୟକ୍ରମକୁ ବରିଷ୍ଠ ନେତା ରମାକାନ୍ତ ରାଉଳ ସଂଯୋଜନା କରିଥିଲେ। ବୈଠକର ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ସଭାମଂଚର ଶେଷରେ ହିଁ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରଥମ କରି ଦେଢ଼ ବର୍ଷ ପରେ ଆଜି ସେ ଭାଷଣ ଦେଇଥିଲେ। ଶେଷରେ ପଦ୍ମା ରେଡ୍ଡୀ ଧନ୍ୟବାଦ ଦେଇଥିଲେ। କାର୍ୟ୍ୟକ୍ରମ ପରିଚାଳନାରେ ନଗର ବିଜେଡି ସଭାପତି ହର ମିଶ୍ର, ବରିଷ୍ଠ ନେତା ବିଷ୍ଣୁ ପ୍ରସାଦ ପାତ୍ର, ଯୁବ ବିଜେଡି ସଂପାଦକ ବାପି ପରିଡ଼ା , ଶିବରାଜ କନ୍ଦପାଣି, ତାପସ ପଣ୍ଡା, ଆଶିଷ ନାୟକ, ପ୍ରବୀଣ କୁମାର, ଅନି ପଟ୍ଟନାୟକ, ମନୋଜ ପଟ୍ଟନାୟକ, ସୁଶାନ୍ତ ପଟ୍ଟନାୟକ, ଟ୍ବିଙ୍କଲ ମିଶ୍ର, ରମାନାଥ ମିଶ୍ର, ସରୋଜ ଦାଶ , ମହେନ୍ଦ୍ର ଅଧିକାରୀ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର