ପାରଳାଖେମୁଣ୍ଡି: ଗୁମ୍ମା ବ୍ଲକ ବିଜୁ ଜନତା ଦଳ ତରଫରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ  ଶ୍ରେୟା ପ୍ୟାଲେସ ଠାରେ ଆୟୋଜିତ ହୋଇଯାଇଛି। ବେର୍ଣ୍ଣିକ ଗମାଙ୍ଗଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ୫୦ ଅଧିକ ନେତା ଓ କର୍ମୀ ଯୋଗ ଦେଇ ଦଳର ବିଜୟ ନେଇ ଆଲୋଚନା କରିଥିଲେ। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ ପ୍ରାର୍ଥୀ ଇ.ରୂପେଶ ପାଣିଗ୍ରାହୀ ଏବଂ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପ୍ରଚାର କମିଟି ଅଧ୍ୟକ୍ଷ କେ.ସୂରିଆ ରାଓଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ରାଓ ନିଜ ବକ୍ତବ୍ୟରେ ରାଜ୍ୟରେ ବିଜେଡି ସରକାର ଅନେକ ଉନ୍ନତିମୂଳକ କାର୍ଯ୍ୟ କରିବା ସହ ଗରିବ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛନ୍ତି। ଏପରି କି ଗଜପତି ଜିଲ୍ଲାରେ ମଧ୍ୟ ସ୍ବାସ୍ଥ୍ୟ, ଶିକ୍ଷା ଗମନାଗମନ କ୍ଷେତ୍ରରେ ପରିବର୍ତ୍ତନ ଆଣିଛନ୍ତି। ତେଣୁ ଏଭଳି ଆହୁରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ ବିଜେଡିକୁ ଆଗାମୀ ଦିନରେ ସଶକ୍ତ କରିବାକୁ ଆଲୋଚନା କରିଥିଲେ।

Advertisment

ସେହିପରି ବିଧାୟକ ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ କହିଥିଲେ ରାଜ୍ୟରେ ବିଜେଡି ସରକାର ଆଜି ଗ୍ରାମାଞ୍ଚଳ ସ୍ତରରେ ବିଶେଷ କରି ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଅନେକ ପ୍ରକାର ଯୋଜନା କରିଥିବା ବେଳେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ଗଠନ କରିବାର ନିରନ୍ତର ଚେଷ୍ଠା ଜାରି ରଖିଛନ୍ତି। ଉପସ୍ଥିତ ନେତା ଓ କର୍ମୀମାନେ ଏହି କାର୍ଯ୍ୟକାରିତାକୁ ଭିତ୍ତିକରି ଦଳକୁ ବିଜୟ କରାଇବା ବୋଲି ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁମ୍ମା ବ୍ଲକ୍‌ ଅଧ୍ୟକ୍ଷା ସୁନେମୀ ମଣ୍ଡଳ, ପଲବ ଲିମ୍ମା, ଜେମ୍‌ସ ରାଇକାଙ୍କ ସହ ଅନେକ ନେତା ଉପସ୍ଥିତ ରହିଥିଲେ।