ବାଲେଶ୍ବର ଜିଲ୍ଲାର ଅଧିକାଂଶ ସ୍ଥାନରେ ବିଜେଡି ପ୍ରାର୍ଥୀ ଆଗୁଆ

ବାଲେଶ୍ବର: ସବୁ କଳ୍ପନାଜଳ୍ପନାର ଅନ୍ତ ହେବାକୁ ଯାଉଛି। ବାଲେଶ୍ବର ଜିଲ୍ଲାରେ ଆରମ୍ଭ ହୋଇଯାଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି। ଆଜିଠାରୁ ତିନିଦିନ ଧରି ଚାଲିବାକୁ ଥିବା ଏହି ଗଣତି ପ୍ରକ୍ରିୟା ସରିବା ପରେ ଫଳାଫଳ ସ୍ପଷ୍ଟ ହେବ। ତେବେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୩ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ଭୋଟ ଗଣତି ଚାଲିଥିବା ବେଳେ ଅପରାହ୍ନ ୨ଟା ସୁଦ୍ଧା ଅଧିକାଂଶ ସ୍ଥାନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଥିବା ଜଣାଯାଇଛି।

ନୀଳଗିରି ନିର୍ବାଚନମଣ୍ଡଳୀ ଔପଦା ବ୍ଲକ୍ ୧ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ୭୦୪ ଭୋଟ ପାଇ ବିଜେପି ପ୍ରାର୍ଥୀଙ୍କଠାରୁ ଆଗୁଆ ରହିଛନ୍ତି। ସିମୁଳିଆ ନିର୍ବାଚନମଣ୍ଡଳୀ ଖଇରା ୩ ନମ୍ବର ଜୋନରେ ବିଜେପି ପ୍ରାର୍ଥୀ ୨୫୧୧ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୨୩୭୦ ଖଣ୍ଡ ଭୋଟ ପାଇ ପଛରେ ରହିଛନ୍ତି। ଜଳେଶ୍ବର ନିର୍ବାଚନମଣ୍ଡଳୀ ୭ନଂ ଜୋନରେ ବିଜେଡି ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କଠାରୁ ୧୯୬୨ଖଣ୍ଡ ଭୋଟରେ ବିଜେପିଠାରୁ ଆଗୁଆ ରହିଛନ୍ତି।

ନୀଳଗିରି ୧୧ ନଂ ଜୋନରେ ବିଜେଡି ପ୍ରାର୍ଥୀ ୨୩୧ ଭୋଟରେ ବିଜେପି ପ୍ରାର୍ଥୀଙ୍କଠାରୁ ଆଗୁଆ ରହିଥିବା ଜଣାଯାଇଛି। ବସ୍ତା ନିର୍ବାଚନମଣ୍ଡଳୀ ୧୪ ନଂ ଜୋନରେ ୧୧୨୪ଖଣ୍ଡ ଭୋଟ ପାଇ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି। ସୋର ନିର୍ବାଚନମଣ୍ଡଳୀ ବାହାନଗା ୧୮ନଂ ଜୋନରେ ବିଜେଡି ପ୍ରାର୍ଥୀ ୨୨୨୧ଖଣ୍ଡ ଭୋଟ ପାଇ ବିଜେପି ପ୍ରାର୍ଥୀଙ୍କଠାରୁ ଆଗରେ ଚାଲିଛନ୍ତି। ବସ୍ତା ନିର୍ବାଚନମଣ୍ଡଳୀ ବାଲିଆପାଳ ୨୧ନଂ ଜୋନରେ କଂଗ୍ରେସ୍ କଡ଼ା ଟକ୍କର ଦେଉଥିଲେ ବି ବିଜେଡି ପ୍ରାର୍ଥୀ ୨୦୦ ଭୋଟରେ ଆଗୁଆ ଥିବା ସୂଚନା ମିଳିଛି। ସେହିପରି ସଦର ନିର୍ବାଚନମଣ୍ଡଳୀ ୨୫ ନଂ ଜୋନରେ ବିଜେଡି ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କଠାରୁ ୨୧୨ଖଣ୍ଡ ଭୋଟ ଆଗରେ ରହିଛନ୍ତି। ଭୋଗରାଇ ୩୦ ଓ ୩୧ ନଂ ଜୋନରେ ମଧ୍ୟ ବିଜେଡି ପ୍ରାର୍ଥୀ ଆଗରେ ରହିଛନ୍ତି। ୩୦ ନଂ ଜୋନରେ ବିଜେଡି ପ୍ରାର୍ଥୀ ୧୪୨୬ଭୋଟ ପାଇ ଆଗରେ ରହିଥିବା ବେଳେ କଂଗ୍ରେସ ପଛରେ ରହିଛି। ସେପଟେ ୩୧ ନଂ ଜୋନରେ ବିଜେଡି ପ୍ରାର୍ଥୀ ୧୪୨୯ ଭୋଟ ପାଇ ବିଜେପି ପ୍ରାର୍ଥୀଙ୍କୁ ପଛରେ ପକାଇଥିବା ଜଣାଯାଇଛି।

ରେମୁଣା ନିର୍ବାଚନ ମଣ୍ଡଳୀ ୩୬ ନଂ ଜୋନରେ ବି ବିଜେଡି ପ୍ରାର୍ଥୀ ବିଜେପିକୁ ପଛରେ ପକାଇ ଦେଇଛନ୍ତି। ବିଜେଡି ପ୍ରାର୍ଥୀ ୨୨୦ ଭୋଟ ଆଗରେ ଚାଲିଛନ୍ତି। ସିମୁଳିଆ ନିର୍ବାଚନମଣ୍ଡଳୀ ୪୦ନଂ ଜୋନରେ ମଧ୍ୟ ବିଜେପି ପ୍ରାର୍ଥୀ ବିଜେଡିକୁ ପଛରେ ପକାଇ ଦେଇଛନ୍ତି। ୧୧୬୯ ଭୋଟ ପାଇ ବିଜେପି ପ୍ରାର୍ଥୀ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୧୧୪୫ ଭୋଟ ପାଇ ପଛରେ ରହିଛନ୍ତି। ସେହିପରି ସୋର ନିର୍ବାଚନମଣ୍ଡଳୀ ୪୩ନଂ ଜୋନରେ ବିଜେଡି ପ୍ରାର୍ଥୀ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ୨୪୪୨ ଭୋଟ ଆଗୁଆ ଅଛନ୍ତି।

ନିର୍ବାଚନ ପୂର୍ବରୁ ଓ ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ହିଂସା ଓ ଉତ୍ତେଜନା ଦେଖା ଦେଇଥିବା ବେଳେ ମତ ଗଣନା ଶାନ୍ତପୂର୍ଣ୍ଣ ଭାବେ ଚାଲିଛି। ୧୨ଟି ବ୍ଲକରେ ୨୧ ପ୍ଲାଟୁନ ଫୋର୍ସ ସମେତ ୧୬ ଜଣ ଇନ୍ସପେକ୍ଟର, ୬୭ ଜଣ ଏସ୍‌ଆଇ, ଏଏସ୍‌ଆଇ ଏବଂ ୧୪ ଜଣ ବରିଷ୍ଠ ପୁଲିସ ଅଧିକାରୀ ନିୟୋଜିତ ରହିଛନ୍ତି।

ସମ୍ବନ୍ଧିତ ଖବର