ଭଦ୍ରକ: ଭଦ୍ରକ ଜିଲ୍ଲାର ଭଦ୍ରକ, ବାସୁଦେବପୁର, ଚାନ୍ଦବାଲି, ଧାମନଗର ଓ ଭଣ୍ଡାରିପୋଖରୀ ଆଦି ୫ଟି ନିର୍ବାଚନମଣ୍ଡଳୀର ୯ଟି ଜିଲ୍ଲାପରିଷଦ ଜୋନ ଓ ୬୭ଟି ପଞ୍ଚାୟତରେ ଆଜି ଦ୍ବିତୀୟ ଦିନରେ ଭୋଟ ଗଣତି ହେଉଛି। ୯ଟି ଜିଲ୍ଲାପରିଷଦ ଜୋନରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। ଭଦ୍ରକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭଦ୍ରକ ଜିଲ୍ଲା ପରିଷଦ ଜୋନ ୨୬ରେ ବିଜେଡି ପ୍ରାର୍ଥୀ ଗୀତାରାଣୀ ମଲ୍ଲିକ ଆଗୁଆ ରହିଛନ୍ତି। ଏଠାରେ ବିଧାୟକ ରହିଛନ୍ତି ବିଜେଡିର ସଞ୍ଜୀବ ମଲ୍ଲିକ। ଚାନ୍ଦବାଲି ନିର୍ବାଚନମଣ୍ଡଳୀର ଚାନ୍ଦବାଲି ୨ନଂ ଜିଲ୍ଲା ପରିଷଦ ଜୋନରେ ବିଜେଡିର ରଞ୍ଜନ ସାହୁ ଆଗୁଆ ରହିଥିବା ବେଳେ ଜୋନ ୩ରେ ବିଜେଡି ପ୍ରାର୍ଥୀ ଗୀତାରାଣୀ ଦାସ ଆଗୁଆ ରହିଛନ୍ତି।
ଏଠାରେ ବିଧାୟକ ରହିଛନ୍ତି ବିଜେଡିର ଡ. ବ୍ୟୋମେକେଶ ରାୟ। ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିହିଡି ବ୍ଲକର ୭ନଂ ଜୋନରେ ବିଜେଡି ପ୍ରାର୍ଥୀ ବିଦ୍ୟୁତଲତା ନାୟକ ଆଗୁଆ ରହିଛନ୍ତି। ଏଠାରେ ବିଧାୟକ ରହିଛନ୍ତି ବିଜେପିର ବିଷ୍ଣୁ ସେଠୀ। ଧାମନଗର ଜିଲ୍ଲା ପରିଷଦ ଜୋନ ୧୧ରେ ବିଜେଡି ପ୍ରାର୍ଥୀ ଉର୍ମିଳା ବିଶ୍ବାଳ ଆଗୁଆ ରହିଛନ୍ତି। ଏଠାରେ ବିଧାୟକ ରହିଛନ୍ତି ବିଜେପିର ବିଷ୍ଣୁ ସେଠୀ। ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ବନ୍ତ ବ୍ଲକର ଜୋନ ୧୫ରେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ଜେନା ଆଗୁଆ ରହିଛନ୍ତି। ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ଭଣ୍ଡାରିପୋଖରୀ ବ୍ଲକର ୨୩ନଂ ଜୋନରେ ବିଜେଡି ପ୍ରାର୍ଥୀ ଲକ୍ଷ୍ମୀଧର ସାହୁ ଆଗୁଆ ଅଛନ୍ତି। ଏଠାରେ ବିଧାୟକ ରହିଛନ୍ତି ବିଜେଡିର ପ୍ରଫୁଲ୍ଲ ସାମଲ। ବାସୁଦେବପୁର ନିର୍ବାଚମଣ୍ଡଳୀ ୧୮ନଂ ଜୋନରେ ବିଜେଡି ପ୍ରାର୍ଥୀ ଜୟକୃଷ୍ଣ ନାୟକ ଆଗୁଆ ରହିଥିବା ବେଳେ ୧୯ନଂ ଜୋନରେ ବିଜେଡି ପ୍ରାର୍ଥୀ ଯଦୁନାଥ ନାୟକ ଆଗୁଆ ରହିଛନ୍ତି। ଏଠାରେ ବିଧାୟକ ରହିଛନ୍ତି ବିଜେଡିର ବିଷ୍ଣୁବ୍ରତ ରାଉତରାୟ।
ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ତଥ୍ୟ ଅନୁଯାୟୀ ୭ଟି ବ୍ଲକରେ ବିଜେଡି ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀମାନେ ଅନ୍ୟ ଦଳ ଠାରୁ ଆଗୁଆ ରହିଥିବା ସୂଚନା ମିଳିଛି। ବିଶେଷ କରି ଭଦ୍ରକ ବ୍ଲକରେ ସଂଖ୍ୟାଧିକ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ଆଗୁଆ ରହିଥିବା ବେଳେ କିଛି କିଛି ପଞ୍ଚାୟତରେ ମେଣ୍ଟ ଓ ବିଦ୍ରୋହୀ ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି।
ଭଦ୍ରକ ଜିଲ୍ଲାର ୨୮ଟି ଜିଲ୍ଲା ପରିଷଦ ଜୋନ୍ରୁ ଗତକାଲି ପ୍ରଥମ ଦିନର ଭୋଟଗଣତିରେ ୫ଟି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ଟି ବ୍ଲକର ୭ଟି ଜୋନ୍ରୁ ୭ଟି ଯାକ ବିଜେଡ଼ି ପୋଛିନେଇଛି। ଏପରିକି ଧାମନଗର ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଗଡରେ ବିଜେଡ଼ି ୨ଟି ଯାକ ଆସନ ଦଖଲ କରିଛି। ସେହିପରି ଭଣ୍ଡାରୀପୋଖରୀ ନିର୍ବାଚନମଣ୍ଡଳୀର ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକ୍ରେ ୨ଟି ଜିଲ୍ଲା ପରିଷଦ ଜୋନ୍ରେ ବିଜେଡ଼ି ସହ କଂଗ୍ରେସର ଟକ୍କର ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/BJD-Leading-in-p-Zone-in-Bhadrak_Thumbnail.jpg)