କେନ୍ଦୁଝରର ୧୧ ଜୋନ୍‌ରେ ବିଜେଡି, ଗୋଟିଏରେ ବିଜେପି ଆଗରେ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଗତକାଲି ଭଳି ଆଜି ବି ପଞ୍ଚାୟତ ନିର୍ବାଚନରେ ଜିଲ୍ଲାପରିଷଦ ଜୋନ୍‌ ଗୁଡ଼ିକରେ ବିଜେଡି ଆଗ‌ରେ ଅଛି। କେବଳ ଚମ୍ପୁଆ ୧୪ ନମ୍ବର ଜୋନ୍‌କୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ୧୧ଟି ଜୋନ୍‌ରେ ବିଜେଡି ପ୍ରାର୍ଥୀମାନେ ଆଗରେ ଥିବା ଜଣାଯାଇଛି। ଘଟଗାଁ ବ୍ଲକ୍‌ ୮ ନମ୍ବର ଜିଲ୍ଲାପରିଷଦ ଜୋନ୍‌ରେ ବିଜେଡି ପ୍ରାର୍ଥୀ ଅନାଦି ସିଂହଙ୍କ ମୃତ୍ୟୁ ଯୋଗୁଁ ଏହି ଜୋନ୍‌‌ରେ ଜିଲ୍ଲାପରିଷଦ ନିର୍ବାଚନ ପାଇଁ ଭୋଟ ପଡ଼ିନି।

ମିଳିଥିବା ସୂଚନା ଅନୁସାରେ, ପୂର୍ବାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଆନନ୍ଦପୁର ବ୍ଲକ୍‌ର ଜୋନ୍‌-୨ରେ ବିଜେଡି ପ୍ରାର୍ଥୀ ଜିତେନ୍ଦ୍ର କୁମାର ସାମଲ ୧୮୯୪ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପୁଷ୍ପାଞ୍ଜଳି ପୃଷ୍ଟି ୧୩୮୩ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ବାଂଶପାଳ ବ୍ଲକ୍‌ର ୨୫ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ଅରୁଣ କୁମାର ବାରିକ ୫୨୭୪ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ରଞ୍ଜିତ କୁମାର ବାରିକ ୩୦୧୯ ଖଣ୍ଡ ଭୋଟ ପାଇଛନ୍ତି। ‌ଚମ୍ପୁଆ ବ୍ଲକ୍‌ର ୧୪ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ପ୍ରଧାନ ୧୮୯୫ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ରଞ୍ଜନ କୁମାର ମହାନ୍ତ ୨୦୬୨ଖଣ୍ଡ ଭୋଇ ପାଇ ଆଗରେ ଅଛନ୍ତି।

ସେହିପରି ଘସିପୁରା ବ୍ଲକ୍‌ର ଜୋନ୍‌ ୧୧ରେ ବିଜେଡି ପ୍ରାର୍ଥୀ ମନୋଜ କୁମାର ରାଉତ ୩୪୬୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସୌଦାମିନୀ ଚିନ୍ଦ୍ରା ୧୫୪୫ ଖଣ୍ଡ ଭୋଟ ପାଇଛନ୍ତି। ହରିଚନ୍ଦନପୁର ବ୍ଲକ୍‌ ଜୋନ୍‌ ନମ୍ବର ୩୨ରେ ବିଜେଡି ପ୍ରାର୍ଥୀ ଲକ୍ଷ୍ମୀଧର କିଷାନ ୧୦୯୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଜଗବନ୍ଧୁ ମୋଦୀ ୯୭୧ ଖଣ୍ଡ ଭୋଟ ପାଇଛନ୍ତି। ହାଟଡିହି ବ୍ଲକ୍‌ର ଜୋନ୍‌ ୩୫ରେ ବିଜେଡି ପ୍ରାର୍ଥୀ ସୁକାନ୍ତି ଜେନା ୧୦୬୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ତୃପ୍ତିମୟୀ ଜେନା ୫୭୯ ଖଣ୍ଡ ଭୋଟ ପାଇଛନ୍ତି। ଝୁମ୍ପୁରା ବ୍ଲକ୍‌ର ଜୋନ୍‌ ୧୭ରେ ବିଜେଡି ପ୍ରାର୍ଥୀ ସୋମବାରୀ ମୁର୍ମୁ ୧୬୦୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଅନିତା ମାରାଣ୍ଡି ୮୭୯ ଖଣ୍ଡ ଭୋଟ ପାଇଛନ୍ତି।

ଯୋଡ଼ା ବ୍ଲକ୍‌ର ୨୭ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ସୁକୁମାରୀ ଦେହୁରୀ ୩୬୮୮ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ବନ୍ଦିତା ହାଁସଦା ୩୮୦ ଖଣ୍ଡ ଭୋଟ ପାଇଛନ୍ତି। କେନ୍ଦୁଝର ସଦର ବ୍ଲକ୍‌ର ୫ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ରଥ ମୁଣ୍ଡା ୩୬୯୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ବିଶ୍ବନାଥ ମାଝୀ ୨୫୭୯ ଖଣ୍ଡ ଭୋଟ ପାଇଛନ୍ତି। ପାଟଣା ବ୍ଲକ୍‌ର ୨୨ ନମ୍ବର ଜୋନ୍‌ରେ ବି‌ଜେଡି ପ୍ରାର୍ଥୀ ସୌଭାଗ୍ୟ ମଞ୍ଜରୀ ନାୟକ ୨୩୬୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଦାଶମତୀ ଚାତାର ୧୬୧୪ ଖଣ୍ଡ ଭୋଟ ପାଇଛନ୍ତି। ତେଲକୋଇ ବ୍ଲକ୍‌ର ୨୦ ନମ୍ବର ଜୋନ୍‌ର ବିଜେଡି ପ୍ରାର୍ଥୀ କେଦାର ଚନ୍ଦ୍ର ପ୍ରଧାନ ୩୧୭୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ହରିହର ପ୍ରଧାନ ୨୯୭୪ ଖଣ୍ଡ ଭୋଟ ପାଇଛନ୍ତି।

ଯାଜପୁର ଜିଲ୍ଲାରେ ଆଜି ମୋଟ ୧୨ଟି ଜିଲ୍ଲାପରିଷଦ ଜୋନ୍‌ ଓ ଏହା ଅଧୀନରେ ଥିବା ପଞ୍ଚାୟତ‌ର ପ୍ରାର୍ଥୀଙ୍କ ଭୋଟ ଗଣତି ସକାଳୁ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଦିନ ୧୨ଟା ୩୦ ସୁଦ୍ଧା ୧୧ଟି ଜିଲ୍ଲାପରିଷଦ ଆସନରେ ବିଜେଡି ପ୍ରାର୍ଥୀମାନେ ଆଗରେ ଥିବା ବେଳେ ବରୀରେ ବିଜେପି ପ୍ରାର୍ଥୀ ଆଗରେ ଅଛନ୍ତି।
ବଡ଼ଚଣା ବ୍ଲକ ୧୭ ନମ୍ବର ଜୋନ୍‌ରେ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ଗଣେଶ୍ବର ବରାଳ ୩୬୮୮ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ପ୍ରୀତମ କୁମାର ନାୟକ ୧୮୦୫ ଭୋଟ ପାଇଛନ୍ତି।

ବଡ଼ଚଣା ୧୮ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ସସ୍ମିତା ମହାନ୍ତି ୩୪୦୧ ଭୋଟ ପାଇଥିବାବେଳେ ବିଜେପିର ଦେବଯାନୀ ପ୍ରଧାନ ୨୨୯୯ ଭୋଟ; ବିଂଝାରପୁର ୨୬ ନମ୍ବର ଜୋନ୍‌ରେ ବିଜେଡିର ନନ୍ଦକିଶୋର ସାମଲ ୨୪୮୪ ଏବଂ ବିଜେପି ପ୍ରାର୍ଥୀ ଅରୁଣଜିତ ରାଉତରାୟ ୯୭୭ ଭୋଟ ପାଇଛନ୍ତି। ଦାଦଗଦି ୯ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ଟିନା ହାଇବ୍ରୁ ୨୧୬୬ ଓ ବିଜେପି ପ୍ରାର୍ଥୀ ସୁନାମଣି ସଏ ୧୮୩୯; ଦଶରଥପୁର ୫ ନମ୍ବର ଜୋନ୍‌ରେ ବିଜେଡିର ମନସ୍ବିନୀ ଦାସ ୬୧୬୫ ଓ ବିଜେପିର ଅନ୍ନପୂର୍ଣ୍ଣା ସେଠୀ ୨୮୦୯; ଧର୍ମଶାଳା ଜୋନ୍‌-୧୨ରେ ବିଜେଡି ପ୍ରାର୍ଥୀ ପ୍ରଣତି ଲେଙ୍କା ୨୬୫୧ ଓ ବିଜେପି ପ୍ରାର୍ଥୀ ମାନସ କୁମାର ମହାନ୍ତି ୧୬୩୮ ଭୋଟ ପାଇଛନ୍ତି।

ଧର୍ମଶାଳା ଜୋନ୍‌-୧୩ରେ ବିଜେଡି ପ୍ରାର୍ଥୀ ସ୍ମୃତିରେଖା ବେହେରା ୪୪୯୫ ଓ ବିଜେପି ପ୍ରାର୍ଥୀ ଚନ୍ଦ୍ରପ୍ରଭା ବାରିକ ୧୬୫୪ ଭୋଟ ପାଇଛନ୍ତି। ଯାଜପୁର ୩୦ ନମ୍ବର ଜୋନ୍‌ରେ ବିଜେଡିର ସୁନୀତା ରାଉତ ୬୫୫୪ ଓ ବିଜେପିର ସୁଲୋଚନା ପୁହାଣ ୧୮୫୮ ଭୋଟ ପାଇଛନ୍ତି। କୋରେଇ ୨ ନମ୍ବର ଜୋନ୍‌ରେ ବିଜେଡିର ଉମାକାନ୍ତ ମାଝି ୩୮୮୧ ଓ ବିଜେପି ପ୍ରାର୍ଥୀ ଆଲୋକ କୁମାର ମଲିକ ୧୯୬୫ ଭୋଟ ପାଇଛନ୍ତି। ରସୁଲପୁର ୩୪ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ମମତା ଖୁଣ୍ଟିଆ ୩୫୬୦ ଓ ବିଜେପିର ରେବତୀ ସ୍ବାଇଁ ୨୪୫୨ ଭୋଟ ପାଇଛନ୍ତି। ସୁକିନ୍ଦା ୩୮ ନମ୍ବର ଜୋନ୍‌ରେ ବିଜେଡି ପ୍ରର୍ଥୀ ସାଧୁଚରଣ ତିୟୁ ୧୭୭୬ ଭୋଟ ପାଇଥିବାବେଳେ ବିଜେପିର ବିନୋଦ ହେମ୍ବ୍ରମ ୯୨୪ ଭୋଟ ପାଇଛନ୍ତି। ଜିଲ୍ଲାର ବରୀ ବ୍ଲକ ୨୨ ନମ୍ବର ଜୋନ୍‌ରେ ବିଜେଡିର ଦିଲ୍ଲିପ ମହାନ୍ତି ୨୧୩୭ ଭୋଟ ପାଇଥିବା ବେଳେ ବିଜେପିର କବିର ଦାସ ୨୪୮୩ ଭୋଟ ପାଇ ଆଗୁଆ ଅଛନ୍ତି।

ସମ୍ବନ୍ଧିତ ଖବର