ପଦ୍ମଶ୍ରୀ କମଳାଙ୍କୁ ଭେଟିଲେ ବିଜେଡି ନେତା, ଭିଡିଓ କଲରେ କଥା ହେଲେ ବବି

ଜୟପୁର: ଗତ କାଲି ବିଶ୍ବ ମହିଳା ଦିବସ ଅବସରରେ ପଦ୍ମଶ୍ରୀ କମଳା ପୁଜାରୀଙ୍କ ସ୍ବାସ୍ଥ୍ୟଅବସ୍ଥା ଏବଂ ତାଙ୍କର କ’ଣ ଆବଶ୍ୟକ ରହିଛି ଆଦି ପଚାରି ବୁଝିଥିଲେ ବିଜେଡି ନେତା।

ବିଜେଡି କୋରାପୁଟଜିଲ୍ଲା ସଭାପତି ଇଂ. ଈଶ୍ବର ପାଣିଗ୍ରାହୀ, ବରିଷ୍ଠ ନେତା ରମାକାନ୍ତ ରାଉଳ, ମୁନ୍ନା ରଥଙ୍କୁ ନେଇ ପାତ୍ରପୁଟ କମଳାଙ୍କ ବାସଭବନକୁ ଯାଇଥିଲେ। ସେଠାରେ ତାଙ୍କୁ ଅଭାବ ଓ ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ। ଭିଡିଓ କଲରେ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ (ବବି) ଦାସ ବି କମଳାଙ୍କ ସହ କଥା ହୋଇଥିଲେ।

ମୁଖ୍ୟମନ୍ତ୍ରୀ ପଦ୍ମଶ୍ରୀ କମଳା ପୁଜାରୀଙ୍କ ସଂପର୍କରେ ପଚାରୁଥିବା କହିବା ସହ ତାଙ୍କ ସ୍ବାସ୍ଥ୍ୟବସ୍ଥା ଏବଂ କଣ କଣ ଆବଶ୍ୟକ ଅଛି କହିବାକୁ କହିଥିଲେ। ସେ ଆଗାମୀ ଦିନରେ କୋରାପୁଟଜିଲ୍ଲା ଗସ୍ତରେ ଆସିଲେ ତାଙ୍କୁ ଯାଇ ଭେଟି ଆସିବେ ବୋଲି କହିଥିଲେ। ପଦ୍ମଶ୍ରୀ କମଳା ପୁଜାରୀ ରାଜ୍ୟ ପାଇଁ ଗର୍ବ ଓ ଗୌରବ, ନମସ୍ୟ ବୋଲି ପୂର୍ବତନ ମନ୍ତ୍ରୀ ବବି ଦାସ କହିଥିଲେ। ତାଙ୍କର ଅଭାବ, ଅସୁବିଧା, ଆବଶ୍ୟକତାକୁ ନେଇ ତୁରନ୍ତ ଏକ ରିପୋର୍ଟ ଦେବାକୁ ଜିଲ୍ଲାସଭାପତି ଇଂ ପାଣିଗ୍ରାହୀଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର