କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ବିଜେଡି ଯୁବ ସଭାପତିଙ୍କ ହତ୍ୟା ଘଟଣାରେ ଅନ୍ୟତମ ଅଭିଯୁକ୍ତ ଗିରଫ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଯଶୋବନ୍ଦ ପରିଡ଼ାଙ୍କ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ସୁବାସ ଖୁଣ୍ଟିଆକୁ ପୁଲିସ ଗିରଫ କରିଛି। ସୁବାସଙ୍କୁ ମିଶାଇ ଏହି ହତ୍ୟାକାଣ୍ଡରେ ପୁଲିସ ୯ ଜଣଙ୍କୁ ଗିରଫ କରିଛି। ସୁବାସ ଯଶୋବନ୍ତ ପରିଡ଼ାଙ୍କ ଗତିବିଧି ଉପରେ ନଜର ରଖି ମୁଖ୍ୟ ଅଭିଯୁକ୍ତ ରାକେଶ ନାଥଙ୍କୁ ଫୋନ୍‌ରେ ସୂଚନା ଦେଉଥିଲା। ସେହି ସୂଚନା ଆଧାରରେ ଅଭିଯୁକ୍ତମାନେ ଯଶୋବନ୍ତ ପରିଡ଼ାଙ୍କୁ ଅଟକାଇ ଗୁଳି ମାରି ହତ୍ୟା କରିଥିଲେ ବୋଲି ପୁଲିସ କହିଛି।
ସୂଚନାଯୋଗ୍ୟ ଯେ ଗତ ମାର୍ଚ ମାସ ୨୬ ତାରିଖ ଦିନ ଦୁର୍ବତ୍ତମାନେ ଯଶୋବନ୍ତ ପରିଡ଼ାଙ୍କ ଗାଡ଼ି ଅଟକାଇ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାରେ ୫ ତାରିଖ ଦିନ ପୁଲିସ ମୁଖ୍ୟ ଅଭିଯୁକ୍ତ ରାକେଶ ନାଥ ସହିତ ୮ ଜଣଙ୍କୁ ଗିରଫ କରିଥିଲା। ତେବେ ଆଜି ପୁଲିସ ଆଳୁତୁମା କଇଁବିଲି ଠାରୁ ରାକେଶର ମୁଖ୍ୟ ସହଯୋଗୀ ସୁବାସ ଖୁଣ୍ଟିଆକୁ ଗିରଫ କରିଛି। ସୁବାସ ଠାରୁ ପୁଲିସ ଏକ ମୋବାଇଲ ଜବତ କରିଛି। ଏହି ମୋବାଇଲରୁ ସୁବାସ ଯଶୋବନ୍ତଙ୍କ ସମ୍ପର୍କରେ ସମସ୍ତ ସୂଚନା ରାକେଶଙ୍କୁ ଦେଉଥିଲା ବୋଳି ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର