କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଗତକାଲି ଭଳି ଆଜି ବି ପଞ୍ଚାୟତ ନିର୍ବାଚନରେ ଜିଲ୍ଲାପରିଷଦ ଜୋନ୍‌ ଗୁଡ଼ିକରେ ବିଜେଡି ଆଗ‌ରେ ଅଛି। କେବଳ ଚମ୍ପୁଆ ୧୪ ନମ୍ବର ଜୋନ୍‌କୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ୧୧ଟି ଜୋନ୍‌ରେ ବିଜେଡି ପ୍ରାର୍ଥୀମାନେ ଆଗରେ ଥିବା ଜଣାଯାଇଛି। ଘଟଗାଁ ବ୍ଲକ୍‌ ୮ ନମ୍ବର ଜିଲ୍ଲାପରିଷଦ ଜୋନ୍‌ରେ ବିଜେଡି ପ୍ରାର୍ଥୀ ଅନାଦି ସିଂହଙ୍କ ମୃତ୍ୟୁ ଯୋଗୁଁ ଏହି ଜୋନ୍‌‌ରେ ଜିଲ୍ଲାପରିଷଦ ନିର୍ବାଚନ ପାଇଁ ଭୋଟ ପଡ଼ିନି। ମିଳିଥିବା ସୂଚନା ଅନୁସାରେ, ପୂର୍ବାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଆନନ୍ଦପୁର ବ୍ଲକ୍‌ର ଜୋନ୍‌-୨ରେ ବିଜେଡି ପ୍ରାର୍ଥୀ ଜିତେନ୍ଦ୍ର କୁମାର ସାମଲ ୧୮୯୪ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପୁଷ୍ପାଞ୍ଜଳି ପୃଷ୍ଟି ୧୩୮୩ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ବାଂଶପାଳ ବ୍ଲକ୍‌ର ୨୫ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ଅରୁଣ କୁମାର ବାରିକ ୫୨୭୪ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ରଞ୍ଜିତ କୁମାର ବାରିକ ୩୦୧୯ ଖଣ୍ଡ ଭୋଟ ପାଇଛନ୍ତି। ‌

Advertisment

ଚମ୍ପୁଆ ବ୍ଲକ୍‌ର ୧୪ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ପ୍ରଧାନ ୧୮୯୫ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ରଞ୍ଜନ କୁମାର ମହାନ୍ତ ୨୦୬୨ଖଣ୍ଡ ଭୋଇ ପାଇ ଆଗରେ ଅଛନ୍ତି। ସେହିପରି ଘସିପୁରା ବ୍ଲକ୍‌ର ଜୋନ୍‌ ୧୧ରେ ବିଜେଡି ପ୍ରାର୍ଥୀ ମନୋଜ କୁମାର ରାଉତ ୩୪୬୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସୌଦାମିନୀ ଚିନ୍ଦ୍ରା ୧୫୪୫ ଖଣ୍ଡ ଭୋଟ ପାଇଛନ୍ତି। ହରିଚନ୍ଦନପୁର ବ୍ଲକ୍‌ ଜୋନ୍‌ ନମ୍ବର ୩୨ରେ ବିଜେଡି ପ୍ରାର୍ଥୀ ଲକ୍ଷ୍ମୀଧର କିଷାନ ୧୦୯୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଜଗବନ୍ଧୁ ମୋଦୀ ୯୭୧ ଖଣ୍ଡ ଭୋଟ ପାଇଛନ୍ତି। ହାଟଡିହି ବ୍ଲକ୍‌ର ଜୋନ୍‌ ୩୫ରେ ବିଜେଡି ପ୍ରାର୍ଥୀ ସୁକାନ୍ତି ଜେନା ୧୦୬୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ତୃପ୍ତିମୟୀ ଜେନା ୫୭୯ ଖଣ୍ଡ ଭୋଟ ପାଇଛନ୍ତି।

ଝୁମ୍ପୁରା ବ୍ଲକ୍‌ର ଜୋନ୍‌ ୧୭ରେ ବିଜେଡି ପ୍ରାର୍ଥୀ ସୋମବାରୀ ମୁର୍ମୁ ୧୬୦୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଅନିତା ମାରାଣ୍ଡି ୮୭୯ ଖଣ୍ଡ ଭୋଟ ପାଇଛନ୍ତି। ଯୋଡ଼ା ବ୍ଲକ୍‌ର ୨୭ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ସୁକୁମାରୀ ଦେହୁରୀ ୩୬୮୮ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ବନ୍ଦିତା ହାଁସଦା ୩୮୦ ଖଣ୍ଡ ଭୋଟ ପାଇଛନ୍ତି। କେନ୍ଦୁଝର ସଦର ବ୍ଲକ୍‌ର ୫ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ରଥ ମୁଣ୍ଡା ୩୬୯୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ବିଶ୍ବନାଥ ମାଝୀ ୨୫୭୯ ଖଣ୍ଡ ଭୋଟ ପାଇଛନ୍ତି। ପାଟଣା ବ୍ଲକ୍‌ର ୨୨ ନମ୍ବର ଜୋନ୍‌ରେ ବି‌ଜେଡି ପ୍ରାର୍ଥୀ ସୌଭାଗ୍ୟ ମଞ୍ଜରୀ ନାୟକ ୨୩୬୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଦାଶମତୀ ଚାତାର ୧୬୧୪ ଖଣ୍ଡ ଭୋଟ ପାଇଛନ୍ତି। ତେଲକୋଇ ବ୍ଲକ୍‌ର ୨୦ ନମ୍ବର ଜୋନ୍‌ର ବିଜେଡି ପ୍ରାର୍ଥୀ କେଦାର ଚନ୍ଦ୍ର ପ୍ରଧାନ ୩୧୭୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ହରିହର ପ୍ରଧାନ ୨୯୭୪ ଖଣ୍ଡ ଭୋଟ ପାଇଛନ୍ତି।