ଅନୁଗୁଳ: ଦ୍ବିତୀୟ ଦିନରେ ବି ବିଜୟ ବାନା ଉଡ଼ାଇବାକୁ ଯାଉଛି ବିଜେଡ଼ି। ପ୍ରଥମ ଦିନରେ ଗଣତି ହୋଇଥିବା ସମସ୍ତ ୮ ଟି ଯାକ ବିଜେଡି ପୋଛି ନେବା ପରେ ଦ୍ବିତୀୟ ଦିନରେ ଗଣତି ଚାଲିଥିବା ୮ ଟି ଯାକ ଜୋନରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। ଅନୁଗୁଳ ବ୍ଳକ ଜୋନ ୨ ରେ ବିଜେଡି ପ୍ରାର୍ଥୀ ୮୨୮ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀଙ୍କ ପାଖରୁ ଆଗରେ ଚାଲିଛନ୍ତି। ବଅଁରପାଳ ବ୍ଳକ ୨୬ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ୪୩୯ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ଛେଣ୍ଡିପଦା ବ୍ଳକ ୧୫ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗରେ ଅଛି। ଏଠାରେ ବିଜେଡି ପ୍ରାର୍ଥୀ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦୀ ବିଜେପିଠାରୁ ୧୦୧ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ତାଳଚେର ବ୍ଳକର ୧୯ ନମ୍ବର ଜୋନରେ କଡା ଫାଇଟ୍ ହେଉଥିଲେ ମଧ୍ୟ ବିଜେପି ବାଜି ମାରିନେବାର ସମ୍ଭାବନା ସୃଷ୍ଟି କରିଛି। ଏଠାରେ ବିଜେଡି ୧୦୭ ଭୋଟରେ ଆଗୁଆ ଚାଲିଛି।
କଣିହାଁ ବ୍ଲକ ୯ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ୧୯୯ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ପାଳଲହଡ଼ା ବ୍ଲକ ୨୩ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ୫୫୦ ଖଣ୍ଡ ଭୋଟରେ ଆଗୁଆ ରହି ବିଜୟ ଆଡକୁ ଆଗେଇବାରେ ଲାଗିଛି। ଆଠମଲ୍ଲିକ ବ୍ଳକର ୬ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ୮୪ ଖଣ୍ଡ ଭୋଟରେ ଆଗରେ ରହିଛି। କିଶୋରନଗର ବ୍ଲକ ୧୨ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ୫୫୪ ଖଣ୍ଡ ଭୋଟରେ ଆଗରେ ରହିଥିବା ସୂଚନା ମିଳିଛି। ଅପରପକ୍ଷରେ ଗତକାଲି ଅନୁଗୁଳ ଜିଲ୍ଲାରେ ଗଣତି ହୋଇଥିବା ୧, ୫, ୧୧,୧୪,୨୫, ୧୮, ୨୨ ଓ ୮ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ଆଜି ଘୋଷଣା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/WhatsApp-Image-2022-02-26-at-22.30.47-1.jpeg)