ମାଲକାନଗିରି: ମାଲକାନଗିରି ନିର୍ବାଚନ ମଣ୍ଡଳୀ ପଦ୍ମଗିରି ଜ଼ିଲ୍ଲା ପରିଷଦ ଜୋନର ଝରାପାଲି ଗ୍ରାମ ଠାରେ ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମବାସୀଙ୍କୁ ନେଇ ବୁଥସ୍ତରୀୟ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ନବରଂଗପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ବାର୍ତ୍ତା ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ସହ ସାଂସଦ ଓ ବିଧାୟକ ପ୍ରାଥୀଙ୍କୁ ବିକାଶର ଚିହ୍ନ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ନେଇ ଅନୁରୋଧ କରିଥିଲେ।

Advertisment

ତେବେ ଏହି ଅବସରରେ ମାଲକାନଗିରି ବିଧାନସଭା ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା ସଭାପତି ମାନସ ମାଡ଼କାମି ମଧ୍ୟ ଜିଲ୍ଲାର ବିକାଶରେ ନବୀନ ସରକାରଙ୍କର ଅବଦାନଗୁଡ଼ିକକୁ ବଖାଣିଥିଲେ। ପୁଣି ଏଥର ଲୋକେ ନବୀନଙ୍କ ବିକାଶ ପଥକୁ ଆଗେଇ ନେବା ପାଇଁ ଶଂଖ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ସାଧାରଣ ସଭାରେ ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମି, ପଦ୍ମଗିରି ଜୋନ୍ ସଂଯୋଯକ ସୁରେନ୍ଦ୍ରନାଥ ରଥ, ଜ଼ିଲ୍ଲା ପରିଷଦ କୁନି ଭୂମିୟା, ଜ଼ିଲ୍ଲା ଆଇନ ସଂଘ ସଭାପତି ପ୍ରୀତପାଲ୍ ସିଂ, ସରପଞ୍ଚ ବିମଳା ମାଡ଼କାମି, ସମିତି ସଭ୍ୟ ନରସିଂ ମାଢ଼ି, ପୂର୍ବତନ ଅଧ୍ୟକ୍ଷ ଅକ୍ଷୟ ନାୟକ, ପୂର୍ବତନ ସରପଞ୍ଚ ସମାରୀ ମାଡକାମି, ପୂର୍ବତନ ସରପଞ୍ଚ ସୁବୋର୍ଣ୍ଣ ମାଡକାମି, ପୂର୍ବତନ ସରପଞ୍ଚ ଅର୍ଜୁନ ବଞ୍ଜାମି, ହିମାଂଶୁ ସାମଲ, ମୋହନ ଛତ୍ରୀ, ଉମା ଚିରଣ ସାହୁ, ରାଜ୍ୟ ଛାତ୍ର ସମ୍ପାଦକ ସୁମିତି ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।