କୋରାପୁଟ: ଲକ୍ଷ୍ମୀପୁରରେ ବିଜେଡିର ବିଶାଳ କର୍ମୀ ସମାବେଶ, ଅନ୍ୟ ଦଳର ଶତାଧିକ କର୍ମୀ ସାମିଲ୍‌

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ପଡିଆଠାରେ ଶୁକ୍ରବାର ବିଜେଡି ତରଫରୁ ଏକ ବିରାଟ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛିା ଆସନ୍ତା ନିର୍ବାଚନକୁ ଦୃଷ୍ଠିରେ ରଖି ମିଶନ୍‌ ନବୀନ କାର୍ଯ୍ୟକ୍ରମ ମାଧ୍ୟମରେ ଏହି କର୍ମୀ ସମାବେଶ ଆୟୋଜନ କରାଯାଇଥିବା ବେଳେ ୪ଟି ବ୍ଲକର ବିଜେଡି କର୍ମୀ ମାନେ ଯୋଗଦେଇଥିଲୋ

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରଭୁ ଜାନି ନବୀନ ସରକାରଙ୍କ ଅନେକ ଯୋଜନା ବିଷୟରେ ସମାବେଶରେ ପ୍ରକାଶ କରି ଚଳିତ ନିର୍ବାଚନରେ ତାଙ୍କୁ ବିଜୟୀ କରାଇବା ସକାଶେ କର୍ମୀଙ୍କୁ ଆହ୍ଵାନ କରିଥିଲୋ ଏତେ ବଡ ସମାବେଶ ହୋଇଥିଲେ ସୁଧା ସାଂସଦ ପ୍ରାର୍ଥୀନି କୌଶଲ୍ୟା ହିକକା ମୁନିଗୁଡା ଅଞ୍ଚଳରେ କର୍ମୀ ସମାବେଶ ସହ ନିର୍ବାଚନ ପ୍ରଚାରରେ ରହିଥିବା କାରଣରୁ ଲକ୍ଷ୍ମୀପୁରରେ ଯୋଗଦେଇ ପାରିନଥିଲୋ ଏହି କର୍ମୀ ସମାବେଶରେ ବିଗତ ଦିନରେ ଲକ୍ଷ୍ମୀପୁରରେ ବିଜେପି ଟିକଟକୁ ନେଇ ଅସନ୍ତୁଷ୍ଠ ବ୍ଲକ ସ୍ତରୀୟ ନେତାଙ୍କ ସହ ପ୍ରାୟ ଶହେରୁ ଅଧିକ ବିଜେପି କର୍ମୀ ବିଜେଡିରେ ଯୋଗଦେଇଥିବା ବେଳେ ଦଶମନ୍ତପୁର ବ୍ଲକର ୩୦ ଜଣ ଓ ନାରାୟଣପାଟଣା ବ୍ଲକର ୨୦ ଜଣ ବିଭିନ୍ନ ଦଳର କର୍ମୀ ବିଜେଡିରେ ସାମିଲ୍‌ ହୋଇଥିଲୋ

ସେପଟେ ଜୟପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ପ୍ରଚାର ଗସ୍ତ ରହିଥିଲେ ମଧ୍ୟ ଲକ୍ଷ୍ମୀପୁରରେ ପ୍ରାୟ ୫ ହଜାରରୁ ଅଧିକ ବିଜେଡି କର୍ମୀ ସମାବେଶରେ ଯୋଗଦେଇଥିଲେ ଓ ବିଜେପି ସମାବେଶ ସକାଶେ ବିଜେଡିକୁ କୌଣସି ପ୍ରଭାବ ପଡିନଥିଲାା ବ୍ଲକ ପଡିଆ ଗାଡି ମୋଟରରେ ଭର୍ତ୍ତି ହୋଇରହିଥିବା ବେଳେ କର୍ମୀ ମାନଙ୍କ ସକାଶେ ପଡିଆରେ ହିଁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲାା କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସାଂସଦ ଝିନ୍ନ ହିକକା ଉପସ୍ତିତ ହୋଇ କର୍ମୀ ମାନଙ୍କ ନିର୍ବାଚନ ସମନ୍ଧିୟ ବିଷୟ ଆଲୋଚନା କରିଥିଲୋ କାର୍ଯ୍ୟକ୍ରମକୁ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଶିବ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଏସଡିସି ସଭ୍ୟ ପାରଦା କୁଲେସିକା,ବ୍ଲକ ସଭାପତି ଦ୍ରୋଣ ଖୋସ୍ଲା ଦଶମନ୍ତପୁର ବ୍ଲକ ଯୁବକର୍ମୀ ରଞ୍ଜନ ଖରା ପ୍ରମୁଖ ସହଯୋଗ କରିଥିଲୋ

ସମ୍ବନ୍ଧିତ ଖବର