ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ବସନ୍ତ ଟପ୍ପୋକୁ ଘୋଷଣା କରାଯାଇଛି। ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ତାଙ୍କ ପକ୍ଷରୁ ରାଜ୍ୟ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ନମ୍ବର ୧୨୪୨ ତା ୧୬/୧୨/୨୦୨୦ ରେ ଜଣାଇଛନ୍ତି। ଯେହେତୁ ମାନ୍ୟବର ଅଦାଲତରେ ମାମଲା ଥିବାରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରାଯିବ ବୋଲି ଜଣାପଡିଛି। ଗତକାଲି ନିର୍ବାଚନରେ ବସନ୍ତ ଟପ୍ପୋ ବିଜେଡିର ପ୍ରାର୍ଥୀ ଥିଲେ। ତାଙ୍କୁ ୧୮ ଖଣ୍ଡ ଭୋଟରୁ ୧୦ଟି ଭୋଟ ପାଇଥିଲେ। ଦୀର୍ଘ ଦିନର ବ୍ୟବଧାନ ପରେ ବିଜେଡି ବ୍ଲକ ଅଧ୍ୟକ୍ଷ ପଦକୁ ଅକ୍ତିଆର କରିଛି।
ବିଜେଡ଼ି ସମର୍ଥିତ ବସନ୍ତ ଟପ୍ପୋ ରାଜଗାଙ୍ଗପୁର ବ୍ଲକ୍ ଅଧ୍ୟକ୍ଷ ନିର୍ବାଚିତ!
/sambad/media/post_attachments/wp-content/uploads/2020/12/bfd4b548-2fab-4633-afd1-3d2ece8338a4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)