ଚନ୍ଦାହାଣ୍ଡି ଜୋନ୍‌-୨ରୁ ବିଜେଡି ୯୦୩୧ ଭୋଟ୍‌ ବ୍ୟବଧାନରେ ଜିତିଲା

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଜୋନ-୨ରୁ ବିଜେଡି ପ୍ରାର୍ଥିନୀ କେତକୀମଲ୍ଲୀ ଗୌଡ଼ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ବୀ ବିଜେପିର ଗଜମତି ବାଘଙ୍କ ଠାରୁ ୯୦୩୧ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ଜୋନ-୨ରେ ଆଠ ଗୋଟି ଗ୍ରାମ ପଞ୍ଚାୟତ ରହିଥିବା ବେଳେ ୨୨,୪୫୦ ଭୋଟର ମତଦାନ କରିଥିଲେ । ସେଥିମଧ୍ୟରୁ ବିଜେଡି ୧୪,୮୧୫ ଭୋଟ ପାଇଥିବା ବେଳେ ବିଜେପି ୫,୭୮୪ ଏବଂ କଂଗ୍ରେସ ୮୯୪ ଭୋଟ ପାଇଛି ।

ଟିକେଟ ବଣ୍ଟନକୁ ନେଇ ଏହି ଜୋନରେ ବିଜେଡିର ବହୁ ବରିଷ୍ଠ ନେତା ଅସନ୍ତୁଷ୍ଟ ରହିବା ସହ ପଣ୍ଡରା ମାଳି ସମ୍ପ୍ରଦାୟର ଭୋଟ ନିର୍ଣ୍ଣାୟକ ଭୂମିକା ନେବ ବୋଲି ଯେଉ ଚର୍ଚ୍ଚା ହେଉଥିଲା ତାହା ଭୁଲ ପ୍ରମାଣିତ ହୋଇଛି । ସାଂସଦ ରମେଶ ମାଝୀଙ୍କ ପ୍ରତି ପାନାବେଡା ଅଞ୍ଚଳବାସୀଙ୍କ ଅକୁଣ୍ଠ ସମର୍ଥନ ରହିଆସିଛି। ତାହା ପୁଣି ଥରେ ପ୍ରମାଣିତ କରିଛନ୍ତି ଚନ୍ଦାହାଣ୍ଡି ବ୍ଲକର ଭୋଟର।

ସମ୍ବନ୍ଧିତ ଖବର