ଆସନ୍ତାକାଲି ବିଜେପିର ଭଦ୍ରକ ବନ୍ଦ ଲାଗି କମ୍ପିଲା ବିଜେପି ଶୋଭାଯାତ୍ରା

ଭଦ୍ରକ: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଏବଂ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଭଦ୍ରକ ବିଜେପି ପକ୍ଷରୁ ଅକ୍ଟୋବର ୩୦ରେ ୬ ଘଣ୍ଟିଆ ଭଦ୍ରକ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଏହି ଅବସରରେ ଆଜି  ଅପରାହ୍ନରେ ଭଦ୍ରକ ବିଜେପି ପକ୍ଷରୁ ସହର ବ୍ୟାପି ବାଇକ ଶୋଭାଯାତ୍ରା କରାଯାଇଛି । ଦଳୀୟ କର୍ମୀ ଓ ଶତାଧିକ ଯୁବ ନେତା ଏକ ବାଇକ ଶୋଭାଯାତ୍ରା  ନେହେରୁ ଷ୍ଟାଡିୟମ ନିକଟରୁ ବାହାରି ବନ୍ତ ଛକ, ରାଆନ୍ଦିଆ, ଚରମ୍ପା, ବାଇପାସ, ନୂଆବଜାର, କଚେରିବଜାର ଅଞ୍ଚଳ ପରିକ୍ରମା କରିଥିଲେ।

ଆସନ୍ତାକାଲି  ସକାଳ ୬ ଠାରୁ ୧୨ ଟା ପର୍ଯ୍ୟନ୍ତ ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ ଏବଂ ଗାଡିମୋଟର ବନ୍ଦ କରିବାକୁ ପ୍ରଚାର କରିଛନ୍ତି । ବିଜେପି କର୍ମୀ ମାନେ  ଭାରତ ମାତା କି ଜୟ, ବିଜେପି ଜିନ୍ଦାବାଦ, ବନ୍ଦପାଳନକୁ ସଫଳ କର ଆଦି ସ୍ଲୋଗାନ ଦେଇ ସହର ପରିକ୍ରମା କରିଛନ୍ତି। ଅନ୍ୟପକ୍ଷରେ ବିଜେପିର ଏହି ୬ ଘଣ୍ଟିଆ ବନ୍ଦ ପାଳନକୁ ଦୃଷ୍ଟିରେ ରଖି ସହରରେ ବ୍ୟାପକ  ପୁଲିସ ମୃତୟନ କରାଯାଇଛି ।

ସମ୍ବନ୍ଧିତ ଖବର