ବାରିପଦା: ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ପୂର୍ବ ସନ୍ଧ୍ୟାରେ ମୋଟରସାଇକେଲ୍ ଶୋଭାଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି। ଆଜି ସନ୍ଧ୍ୟାରେ ବିଜେପି ପକ୍ଷରୁ ଏହି ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ମାଧ୍ୟମରେ ୧୬ ଦଫା ଦାବିନେଇ ଦଳ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ଜନସାଧାରଣଙ୍କୁ ସୂଚନା ଦେଇଥିଲା ବିଜେପି। ଏହି ଅବସରରେ ବାରିପଦା ବିଧାୟକ ପ୍ରକାଶ ସୋରେନ୍, ଜିଲ୍ଲା ବିଜେପି ସଭାପତି କାନ୍ଦ୍ରା ସୋରେନ୍, ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ମହାପାତ୍ର, ପରେଶ ଚନ୍ଦ୍ର ମହାନ୍ତ,କବି ବିଷ୍ଣୁ ଶତପଥୀ, ବିଜୟ ଦାସ, ଶୋଭାବତୀ ଓତା, କୁମାର ମଙ୍ଗଳମ, ବଳରାମ ସାହୁ, କୌଶଲ୍ୟା ନାଏକ, ପ୍ରବୀଣ ପାତ୍ର, ଦୀନେସ ଦାସ, ଦେବବ୍ରତ ସାମଲ, ଲକ୍ଷ୍ମୀଧର ହାବଡ଼ା, ପାୟଲ ରାୟ, ହେମଲତା ଦାଶ, ଅନୀତା ସେଠୀ, ମନୋଜ ବେହେରା ପ୍ରମୁଖ ସାମିଲ ଥିଲେ। ଉଲ୍ଲେଖଯୋଗ୍ୟଯେ ୧୬ ଦଫା ସମସ୍ୟାକୁ ନେଇ ବିଜେପି ପକ୍ଷରୁ ଆସନ୍ତାକାଲି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି।
ମୋଟରସାଇକେଲ୍ ଶୋଭାଯାତ୍ରା ମାଧ୍ୟମରେ ମୟୂରଭଞ୍ଜ ବନ୍ଦ ନେଇ ବିଜେପିର ଶକ୍ତି ପ୍ରଦର୍ଶନ
/sambad/media/post_attachments/wp-content/uploads/2021/10/bjp-motor-cycle-rally.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)