ବିଜେପି ପକ୍ଷରୁ ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ

ପାଣିକୋଇଲି: କଟକ ଜିଲ୍ଲାର ମାହାଙ୍ଗା ଠାରେ ଦୁଇ ବିଜେପି ନେତାଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡୁଛି। ବିଜେପି ଏହି ଘଟଣାକୁ ଘୋର ନିନ୍ଦା କରିବା ସହିତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ କରି ରାଜରାସ୍ତାକୁ ଓହ୍ଲାଇଛି। ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମନ୍ତ୍ରୀ ପଦରୁ ହଟାଇବା ଓ ଅପରାଧୀମାନଙ୍କୁ ତୁରନ୍ତ ଗିରଫ ଦାବିରେ ବିଜେପି ପକ୍ଷରୁ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯାଜପୁର ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏସ୍‌ପି ରାହୁଲ ପିଆରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିସହ ଏସ୍‌ପି ଅଫିସ ନିକଟରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି।

ଆଜି ବିଜେପି ପାଣିକୋଇଲି ବଜାରରୁ ଶୋଭାଯାତ୍ରା ବାହାରି ଏସପି ଅଫିସ ନିକଟରେ ପହଞ୍ଚିଥିଲା। ବିଜେପି କର୍ମୀମାନେ ସରକାର ବିରୋଧୀ ନାରା ଦେଇ ବିକ୍ଷୋଭ କରିଥିଲେ। ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ, ଅମର ନାୟକ, ବିଶ୍ବଜିତ ନାୟକ, ପ୍ରଦୀପ ବଳ ସାମନ୍ତ, ରମେଶ ପରିଡା, ସାରଦା ପ୍ରସାଦ ଶତପଥୀ, ସୁବାସିନୀ ନାଥ ଶର୍ମା, ରମେଶ ସାମଲ, ସର୍ବେଶ୍ବର ବେହୁରା, ସୁଦୀପ୍ତ ପଣ୍ତା, ସୁବାସ ମହାନ୍ତି, ସୌମ୍ୟରଂଜନ ଧଳ, ସୁରଜଲାଲ ସାମଲ, ପ୍ରଶାନ୍ତ ରାୟ, ପୁଷ୍ପକ ମହାପାତ୍ର, ରବୀନ୍ଦ୍ର ପୁହାଣ, ସୁଧାଂଶୁ ଭଂଜ, ବିକ୍ରମ ବିଶ୍ବାଳ, ପ୍ରମୋଦ ନାୟକ, ପ୍ରକାଶ ଧଳ, ପବିତ୍ର ଦାସ, ସୁଶାନ୍ତ ବେହେରା, ଇତିଶ୍ରୀ ଜେନା, ଚିନ୍ମୟୀ ସାହୁ, ମମତା କୁଅଁର, ମମତା ସାମଲ, ଜୟନ୍ତୀ ସାହୁ, ମନ୍ମଥ ବରାଳ, ସୁରେଶ ରାଉତ, ପ୍ରମୋଦ କୁମାର ସାହୁ, ବିଜୟ କୁମାର ଘଡାଇ, ଶଶିଭୂଷଣ ସେନାପତି, ଅଚ୍ୟୁତାନନ୍ଦ ଦାସ, ସରୋଜ ଦେ, ନୀଳମାଧବ ଚକ୍ର, ଦୋଳଗୋବିନ୍ଦ ସେଠୀ, ପଦ୍ମଲାଭ ଓଝାଙ୍କ ସମେତ ଶତାଧିକ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର