ଜୟପୁର: ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଏଠାରେ ଖାଲି ପଡ଼ିଥିବା ବିଶେଷଞ ଡାକ୍ତର ପଦବୀ ସହ ଅନ୍ୟାନ୍ୟ ଅଭାବ ଓ ଅସୁବିଧା ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡ.ଆରଏନ୍ ମିଶ୍ରଙ୍କୁ ଭେଟି ଆଲୋଚନା କରିଥିଲେ। ତୁରନ୍ତ ଅଲଟ୍ରା ସାଉଣ୍ଡ ,ଡାଏଲସିସ ଆଦି ଜରୁରୀ ସେବା ଯୋଗାଇ ଦେବା ସହ କରୋନା ଟିକା ନେଉଥିବା ଲୋକଙ୍କୁ ପ୍ରମାଣପତ୍ର ପ୍ରଦାନ କରିବାକୁ ଦାବି କରାଯାଇଥିଲା।

Advertisment

ଏହି ଦଳରେ ଦେବେନ୍ଦ୍ର ବାହିନୀପତି,ଅକ୍ଷୟ କୁମାର ସାହୁ,ଲଳିତ ଅଗ୍ରୱାଲ,ଅମର ଆହୁଜା, ମୀନକେତନ ପରିଛା,ଅରୁଣ କୁମାର ଭୋଟ୍ଟମିଶ୍ର, ସୁଧାଂଶୁ ଶେଖର ଜେନା, ଗୈାର ଦାସ,ଲକ୍ଷ୍ମୀ ନାରାୟଣ ପାଢୀ,ରମେଶ ବିଷୋୟୀ ପ୍ରମୁଖ ଭାଗ ନେଇଥିଲେ।