ସମ୍ବଲପୁର/ବାମରା: ନିର୍ବାଚନୀ ପ୍ରଚାରରେ ଯାଉଥିବା ବିଜେପିର ଏକ ହେଲିକପ୍ଟର ଗୁରୁବାର ସମ୍ବଲପୁର ଜିଲ୍ଲାର ବାମରା ବ୍ଲକରେ ଜରୁରୀକାଳୀନ ଅବତରଣ କରିଛି। ଏହାକୁ ନେଇ ବିଜେଡି ସମର୍ଥକମାନେ ଛାନିଆ ହୋଇ ଯାଇଛନ୍ତି।
ସୂଚନାଅନୁସାରେ ବାମରା ବ୍ଲକର ମନାପାଲି ନିକଟ ଗଡ଼ପୋଷ ଠାରୁ ବିଜେପିର ଜନ ସମାବେଶ ଥିଲା। ପ୍ରଚାର ପାଇଁ ହେଲିକପ୍ଟରେ ଦଳୀୟ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ଅଭିନେତା ଶ୍ରୀତମ ଦାସ, ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ ଥିଲେ। ଇନ୍ଧନ ଶେଷ ହେବାରୁ ହେଲିକପ୍ଟରଟି ଅବତରଣ କରିବା ପରେ ପ୍ରାୟ ଏକ ଘଣ୍ଟା ଯାଏଁ ଅଟକିଥିଲା। ପରେ ଇନ୍ଧନ ଆସିବା ପରେ ହେଲିକପ୍ଟର ନିଜର ଗନ୍ତବ୍ୟ ଅଭିମୁଖେ ଯାଇଥିଲା।
ଅନ୍ୟପକ୍ଷରେ ବିଜେପି ନେତା-ନେତ୍ରୀଙ୍କୁ ନେଇ ଯାଉଥିବା ହେଲିକପ୍ଟରଟି ଜରୁରୀ ଅବତରଣ କରିବା ପରେ ଲୋକେ ବ୍ୟସ୍ତ ହୋଇ ପଡ଼ିଥିଲେ। କାରଣ ଅବତରଣ କରିବା ପୂର୍ବରୁ ହେଲିକପ୍ଟରଟି ପ୍ରାୟ ୩ଥର ଗୋଟିଏ ସ୍ଥାନରେ ବୁଲିଥିଲା। ଯେଉଁସ୍ଥାନରେ ହେଲିକପ୍ଟର ଅବତରଣ କରିଥିଲା, ସେଠାରୁ ଅଳ୍ପ ଦୂରରେ ବିଜେଡି ନେତା ନବ ଦାସଙ୍କ ଅନ୍ୟ ଏକ ନିର୍ବାଚନୀ ସଭା ଥିଲା। ଲୋକେ ମାନେ ଭାବିଥିଲେ ଯେ, ନବ ଦାସ ଆସି ଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/BJP-1.jpg)