ବାରିପଦା/ପଣସିଆ: ପୂର୍ବ ବିବାଦକୁ ନେଇ ବିଜେପି ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଭଡ଼ାଟିଆ ଗୁଣ୍ଡା। ପ୍ରତିବାଦରେ ଅଭିଯୁକ୍ତଙ୍କ ଗିରଫଦାରୀ ଦାବି କରି ହଜାର ହଜାର ଲୋକ ଏକାଠି ହେଲେ। ତେବେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗରେ ତାତିଲେ ଜନତା। ଅଭିଯୁକ୍ତଙ୍କ ଘରକୁ ଚାରିପଟୁ ଘେରିଗଲେ। ଶହେରୁ ଅଧିକ ପୁଲିସ କର୍ମଚାରୀ ସେଠାରେ ଉପସ୍ଥିତ ଥିବା ସତ୍ତ୍ବେ ଅଭିଯୁକ୍ତଙ୍କ ଗେଟ୍ ଓ ପାଚେରି ଭାଙ୍ଗି ଭିତରକୁ ପଶିବା ସହ ଘର, କାର୍ ଓ ବାଇକ୍ ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ। ଏପଟେ ଗୁରୁତର ବିଜେପି ନେତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ନେଇ ହୁଲସ୍ତୁଲ ହେଉଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ରଘୁପୁରା ପଞ୍ଚାୟତ ଅଞ୍ଚଳ।
ରାସ୍ତା ନିର୍ମାଣକୁ ନେଇ ତୁମୁଳ କାଣ୍ଡ; ବିଜେପି ନେତାଙ୍କୁ ଆକ୍ରମଣ
ଘର, ଗାଡ଼ି ଜାଳିଦେଲେ ଉତ୍ତେଜିତ ଲୋକେ
/sambad/media/post_attachments/wp-content/uploads/2021/06/3109c750-0b65-4acf-8b5f-473a7a1b1aa4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)