ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ଠାରୁ କୋନ୍ଧିଓଡା ଛକ ପଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗର ଦୁଇ ଥାକିଆ ରାସ୍ତା ନିର୍ମାଣ କଲଭର୍ଟ ନିର୍ମାଣ ପାଇଁ ରାସ୍ତା ଖୋଳା ଯାଇ ଅତି ଖାମଖିଆଲ ଭାବରେ ନୂଆପଡା-ଅନକାବେଡା ପାଖରେ ଡାଇଭରସନ ରାସ୍ତା ନିର୍ମାଣ କରିଥିବାରୁ ଦୁର୍ଘଟଣା ଗ୍ରସ୍ତ ହୋଇ ବରିଷ୍ଠ ବିଜେପି ନେତା ଅନ୍ତର୍ଯ୍ୟାମୀ ମନହିରା ଆଜି ପ୍ରାଣ ହରାଇଛନ୍ତି। ତାଙ୍କର ପରଲୋକରେ ଚନ୍ଦାହାଣ୍ଡି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଠିକାଦାରଙ୍କ ଏତା ଦୃଶ୍ୟ ଖାମଖିଆଲ ମନୋଭାବକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ତୁରନ୍ତ ଜିଲ୍ଲାପାଳ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏବାଦରେ ଚନ୍ଦାହାଣ୍ଡି ଥାନାରେ ମୃତକଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ କରି ନଥିବା ଭାରପ୍ରାପ୍ତ ଥାନା ଅଧିକାରୀ ଖଗେଶ୍ୱର ଖୋସଲା ପ୍ରକାଶ କରିଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ ଗତ ୩୧ ତାରିଖ ଶୁକ୍ରବାର ଦିନ ବରିଷ୍ଠ ବିଜେପି ନେତା ଅନ୍ତର୍ଯ୍ୟାମୀ ମନହିରା (୪୪) କୌଣସି କାମରେ ନୂଆପଡା ଗ୍ରାମକୁ ଆସିଥିଲେ। ତାଙ୍କ କାମ ସାରି ସନ୍ଧ୍ୟା ସମୟରେ ବାଇକ ଯୋଗେ ନିଜ ଘର ସନ୍ଧିମୁଣ୍ଡାକୁ ଫେରୁଥିଲେ। ନୂଆପଡା-ଅନକାବେଡା ରାସ୍ତା ମଝିରେ ଆର ଡି ବିଭାଗ ଦ୍ୱାରା କଲଭର୍ଟ ନିର୍ମାଣ ପାଇଁ ରାସ୍ତାକୁ ଏକ ମାସରୁ ଖୋଳାଯାଇ ନିର୍ମାଣ କାର୍ଯ୍ୟ ଠିକା ନେଇ ଥିବା ଠିକାଦାର ଅତି ଖାମଖିଆଲ ଭାବରେ ବିଲ ମଧ୍ୟରେ କୌଣସି ମୋରୁମ ନ ପକାଇ ଛାଡି ଦେଇ ଥିବାରୁ ଅନ୍ତର୍ଯ୍ୟାମୀଙ୍କ ବାଇକ କାଦୁଅରେ ଖସି ଯିବାରୁ ସେ ପଡିଯାଇ ଗୁରୁତର ହୋଇ ପଡିବାରୁ ତାଙ୍କୁ ପ୍ରଥମେ ଚନ୍ଦାହାଣ୍ଡି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ନ ଆସିବାରୁ ପରିବାର ଲୋକେ ଛତିଶଗଡ଼ର ରାଜଧାନୀ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଆଜି ଚିକିତ୍ସାଧିନ ଅବସ୍ଥାରେ ସେ ପ୍ରାଣହରାଇ ଥିଲେ।