ରାଇରଙ୍ଗପୁର: ରାଇରଙ୍ଗପୁରସ୍ଥ ହିନ୍ଦୁସ୍ଥାନ ଇନ୍ ହଟେଲ ପରିସରରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ବିଜେଡି ମୟୂରଭଂଜ-୨ ର ସଭାପତି କାଶୀନାଥ ହେମ୍ବ୍ରମଙ୍କ ସଭାପତିତ୍ୱରେ ଗୁରୁବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମିଶ୍ରଣ ପର୍ବରେ ବିଜେଡି ମୟୂରଭଂଜ-୨ର ଜିଲ୍ଲା ଯୁବ ସଭାପତି ତଥା ରାଇରଙ୍ଗପୁର ପୌରପରିଷଦର ପୌରାଧକ୍ଷ ଅଭିଷେକ ପଟ୍ଟନାୟକ, ଜିଲ୍ଲା ମହିଳା ସଭାନେତ୍ରୀ ତନୁଜା ମହାନ୍ତ ପ୍ରମୁଖ ପରିଚାଳନା କରିଥିଲେ । ରାଇରଙ୍ଗପୁର ପର୍ଯ୍ୟବେକ୍ଷକ ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ ଉପସ୍ଥିତ ରହି ଆସନ୍ତା ସାଧାରଣ ନିର୍ବାଚନରେ ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ ଓ ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡି କିପରି ବଜୟୀ ହେବେ ସେ ନେଇ ବ୍ୟକ୍ତବ ରଖିବା ସହିତ ଉପସ୍ଥିତ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଏହି ଅବସରରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଜେପିର ବହୁ କର୍ମି ବିଜେଡିର ଯୋଗଦେଇଥିଲେ । ବିଜେଡିରେ ଯୋଗ ଦେଇଥିବା ସମସ୍ତ କର୍ମୀଙ୍କୁ ଦଳୀୟ ଉତତରୀୟ ଦେଇ ସମର୍ଦ୍ଧିତ କରିଥିଲେ ।
ରାଇରଙ୍ଗପୁରେ ବିଜେଡିର ମିଶ୍ରଣ ପର୍ବ: ବିଜେପିର ନେତା ଓ କର୍ମୀ ମିଶିଲେ
/sambad/media/post_attachments/wp-content/uploads/2024/05/IMG-20240530-WA0001.jpg)