ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ବିଜେପିକୁ ବଡ ଝଟକା । ଧର୍ମଶାଳାରୁ ତିନି ତିନି ଥର ପ୍ରାର୍ଥୀ ହୋଇଥିବା ରମେଶ ଚନ୍ଦ୍ର ପରିଡା ଓ ତାଙ୍କର ୧୧ ଜଣ ସମର୍ଥକ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ରମେଶ ଧର୍ମଶାଳା ବ୍ଲକ୍ ଅଧ୍ୟକ୍ଷ ଭାବେ ଧର୍ମଶାଳା ବିଜେଡିରୁ ରାଜନୀତି ଆରମ୍ଭ କରିଥିବା ବେଳେ ପରେ ବିଜେପିରେ ମିଶି ଧର୍ମଶାଳାରୁ ତିନି ଥର ବିଧାୟକ ଭାବେ ପ୍ରତିଦ୍ବନ୍ଦିତା କରିଥିଲେ । କଂଗ୍ରେସରୁ ଆସି ସ୍ମୃତିରେଖା ବିଜେପିରେ ମିଶିବା ପରେ ଅସନ୍ତୁଷ୍ଟ ଥିଲେ ରମେଶ । ଫଳରେ ସେ ଓ ତାଙ୍କର ସମର୍ଥକମାନେ ଦଳ ଛାଡିଥିବା ଜଣାପଡିଛି ।
ଧର୍ମଶାଳା ବିଜେପିକୁ ବଡ଼ ଝଟ୍କା, ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ରମେଶ ଚନ୍ଦ୍ର ପରିଡା
/sambad/media/post_attachments/wp-content/uploads/2021/09/dharmasala-bjp.jpg)