ମାଲକାନଗିରି ଜିଲ୍ଲାର ୧୭ଟି ମଣ୍ଡଳସ୍ତରରେ କାର୍ଯ୍ୟକାରିଣୀ ବୈଠକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲାର ୧୭ଟି ସ୍ଥାନରେ ମଣ୍ଡଳସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ମାଲାଭରମ ମଣ୍ଡଳରେ ପ୍ରଭାସ କାର୍ଯ୍ୟକର୍ତ୍ତା ରୂପେ ଶୁଭ୍ରାଂଶୁ ସାହୁ ଯୋଗ ଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିବା ବେଳେ କାଲିମେଳା ମଣ୍ଡଳରେ ସମୀର ମିସ୍ତ୍ରୀ,ଗୋମ୍ଫକୋଣ୍ଡା ମଣ୍ଡଳରେ ନିମାଇଁ ଚନ୍ଦ୍ର ପାଲ,ପଡିଆ ମଣ୍ଡଳରେ ସପନ ରାୟ,ଶିଖପାଲୀ ମଣ୍ଡଳରେ ସୁବାଷ ପଡିଆମି,ପଦ୍ମଗିରି ମଣ୍ଡଳରେ ପୂର୍ଣ୍ଣିମା ସାହା,ପାଣ୍ଡ୍ରପାଣି ମଣ୍ଡଳରେ ଗଙ୍ଗା ସୋଡି,ମାଲକାନଗିରି ପୌର ପରିଷଦ ଅଧିନରେ ଶ୍ୟାମଳ ସୁନାନୀ,କୋରକୋଣ୍ଡା-୧ ମଣ୍ଡଳରେ ଅକ୍ଷୟ ବିଶ୍ବାଳ,କୋରକୋଣ୍ଡା-୨ ମଣ୍ଡଳରେ ସଂଜୟ ସରକାର,ବାଲିମେଳା ଏନଏସିରେ ଅଶୋକ ପରିଡା,ଚିତ୍ରକୋଣ୍ଡା -୧ ମଣ୍ଡଳରେ ପଦୁ ମାଝି,ବଡପଡା ମଣ୍ଡଳରେ ଜଳନ୍ଧର ନାୟକ,ଖଇରପୁଟ ମଣ୍ଡଳରେ ପ୍ରଦୀପ ନାୟକ,ମାଥିଲି ମଣ୍ଡଳରେ ମାଣିକ ଚକ୍ରବର୍ତ୍ତୀ,ପାଙ୍ଗାମ ମଣ୍ଡଳରେ ଦଶରଥ ପଡିଆମି, ଏବଂ କିଆଙ୍ଗ ମଣ୍ଡଳରେ ପ୍ରଭାସ କାର୍ଯ୍ୟକର୍ତ୍ତା ଭାବେ ନବଘନ ଲୋକେଇ ଯୋଗ ଦେଇ ଆଗାମୀ ସାଧାରଣ ନିର୍ବାଚନକୁ ଆଖିରେ ରଖି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ବିଶେଷକରି ତୃଣମୂଳସ୍ତରରେ ଯେପରି କେନ୍ଦ୍ର ସରକାରଙ୍କର ସମସ୍ତ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବ ଏବଂ ବିଜେପିର ହାତ ମୁଠାକୁ କିପରି ଟାଣ କରାଯିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା।

ବିଜେପି ଆଗାମୀ ନିର୍ବାଚନରେ ମାଲକାନଗିରି ଏବଂ ଚିତ୍ରକୋଣ୍ଡା ଦୁଇଟି ଯାକ ଆସନକୁ ଅକ୍ତିଆର କରିବା ପାଇଁ ଏବେ ଠାରୁ ଅଣ୍ଟା ଭିଡିବା ଆରମ୍ଭ କରିଦେଲାଣି। ନିଜର କାର୍ଯ୍ୟକର୍ତ୍ତାମାନଙ୍କ ଏବେଠାରୁ ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝି ସମାଧାନ କରିବାକୁ କୁହାଯାଉଛି। ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ବିଜେପିର ସ୍ଥିତି ଠିକ ରହିଥିବା ବେଳେ ଏହା ଯେପରି ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ରହିବ ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।

ସମ୍ବନ୍ଧିତ ଖବର