ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ

ରାଇରଂଗପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ବିଜେପି ଦଳ ପକ୍ଷରୁ ମୟୂରଭଂଜ ଜିଲ୍ଲା କୁସୁମୀ ବ୍ଲକ୍ କାର୍ଯ୍ୟଳୟ ପାଇଁ ଖେରଣା ଡାକବଙ୍ଗଳାଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବାଦାମପାହାଡ ମଣ୍ଡଳ ସଭାପତି କୀର୍ତ୍ତନ ବେହେରା ସଭାପତିତ୍ୱରେ ସଦସ୍ୟ ଜଗନ୍ନାଥ ମୁର୍ମୁ ବୈଠକକୁ ପରିଚାଳନା କରିଥିଲେ । ଆବାସ ଯୋଜନାରେ ଅନିୟମିତତା ଏବଂ ଯୋଗ୍ୟ ହିତାଧିକାରୀଙ୍କ ନାମ ପଂଚାୟତ ତାଲିକାରେ ନଥିବା ନେଇ ଆଲୋଚନା ହୋଇଥିଲା । ତାହାର ପ୍ରତିକାର ପାଇଁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ ପାଇଁ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଏନେଇ ଆସନ୍ତା ୩ ଫେବ୍ରୁଆରି ବାଦାମପାହାଡ ପେଟ୍ରୋଲ ପମ୍ପ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହରି ବ୍ଲକ୍ କାର୍ଯ୍ୟଳୟରେ ପହଂଚି ଘେରାଓ କରିବା ସହିତ ଦାବିପତ୍ର ପ୍ରଦାନ କରିବେ ବୋଲି ସୂଚନା ମିଳିଛି । ଉକ୍ତ ବୈଠକରେ କୁସୁମୀ ମଣ୍ଡଳ ସଭାପତି ଯୋଗେଶ୍ୱର ବାବୁ,ସାଧାରଣ ସମ୍ପାଦକ ରୁପାଇ ମାଝୀ, କୋଷାଧକ୍ଷ ରାଜେନ୍ଦ୍ର ବାରିକ, ମନୋଜ ଦାସ, କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ସାହୁ, ରଙ୍ଗାରାମ୍ ହାଁସଦାଃ, ଦମୟନ୍ତୀ ହେମ୍ବ୍ରମ, ଗୁରୁ ହେମ୍ବ୍ରମ, ଗୁରୁ ହେମ୍ବ୍ରମ୍, ଦୀର୍ଘୀ ମାଝୀ, ନରେନ୍ଦ୍ର ଲୋହାର୍, ମଧୁ ସାହୁ, ନିରନ ଗିରି, ରଣଜିତ୍ ମହାକୁଡ, ସୁମନ୍ତ ମହାକୁଡ, ଦୀପୁ ସାହୁ, ଅନିଲ୍ ଶର୍ମାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର