ଯାଜପୁର : ଗଣଶିକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ବିଜେପି ଯୁବମୋର୍ଚ୍ଚା କର୍ମୀ ଅଟକ

ଯାଜପୁର : ସୋମବାର ସଂନ୍ଧ୍ୟାରେ ଯାଜପୁର ଜିଲ୍ଲାର ଦେବୀଦ୍ୱାର ସ୍ଥିତ ବିରଜା ହାଇସ୍କୁଲ ପରିସରରେ  ଜିଲ୍ଲସ୍ତରୀୟ ୫ଟି ସ୍କୁଲ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏହି କାର୍ଯ୍ୟକ୍ରମରେ  ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବିଜେପି ଯୁବମୋର୍ଚ୍ଚା ନଗର ସଭାପତି ହୃଷିକେଶ ପରିଡା,ବିଜେପି ଜିଲ୍ଲା ସାଧାରଣ ସମ୍ପାଦକଙ୍କ ସହ  ଅନେକ ବିଜେପି କର୍ମୀଙ୍କୁ ଉଠାଇ ଆଣିଛି ଯାଜପୁର ଟାଉନ ପୋଲିସ ।

ଯୁବ ମୋର୍ଚ୍ଚା କର୍ମୀଙ୍କ ହାତରେ ଅଣ୍ଡା ଆଉ କଳା ପତାକା ଥିବାର ଦେଖିବାକୁ ମିଳିଥିବା ବେଳେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି । ଅନ୍ୟପକ୍ଷରେ ମମିତା ମେହେରଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସାଧାରଣ ସମ୍ପାଦକ ହୃଷିକେଶ ମେକାପ  କହିଛନ୍ତି ।

ସମ୍ବନ୍ଧିତ ଖବର