କୋରାପୁଟ: କୁମୁଦଙ୍କ ପ୍ରାର୍ଥୀତ୍ୱକୁ ବିରୋଧ, ଲକ୍ଷ୍ମୀପୁର ବିଜେପି କାର୍ଯ୍ୟାଳୟରେ ପୋଡାଜଳା ସହ ଭଙ୍ଗାରୁଜା

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ବିଜେପି କାର୍ଯ୍ୟାଳୟରେ ଶୁକ୍ରବାର ୪ଜଣ ଆଶାୟୀ ପ୍ରାର୍ଥୀଙ୍କ ସମେତ ଅନେକ ବିଜେପି କର୍ମୀମାନେ ତୁମୁଳକାଣ୍ଡ କରିଛନ୍ତିା ପ୍ରଥମେ ସାମ୍ବାଦିକ ସମ୍ମିଳନୀ କରି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ କୁମୁଦ ଚନ୍ଦ୍ର ସାଉଁନ୍ତାଙ୍କୁ ନିର୍ବାଚନ ମଣ୍ଡଳୀର ୭ଟି ମଣ୍ଡଳ ସଭାପତିଙ୍କ ସମେତ ଆଶାୟୀ ପ୍ରାର୍ଥୀ ଓ କର୍ମକର୍ତ୍ତା ବିରୋଧ କରୁଥିବା ପ୍ରକାଶ କରିବା ପରେ ତୁରନ୍ତ କର୍ମୀମାନେ ପାର୍ଟି ଅଫିସ ଭଙ୍ଗାରୁଜା କରିବାସହ ପୋଡାଜଳା ଆରମ୍ଭ କରିଦେଇଥିଲୋ

ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଗୁରୁବାର ଘୋଷଣା ହୋଇଥିବା ବେଳେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ସକାଶେ କୁମୁଦ ଚନ୍ଦ୍ର ସାଉଁନ୍ତାଙ୍କ ନାମ ଘୋଷଣା ହୋଇଥିଲାା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ୬ ଜଣ ଆଶାୟୀ ପ୍ରାର୍ଥୀ ଏଥି ପୁର୍ବରୁ ରହିଥିବା ବେଳେ ଅନ୍ୟ ୫ ଜଣ ପ୍ରାର୍ଥୀଙ୍କୁ ବାଦ୍‌ ଦେଇ କୁମୁଦ ଟିକଟ ହାତେଇଥିଲୋ ଜିଲ୍ଲା ସଭାପତି ବିଜୟ ମିଶ୍ର ଓ କୋରାପୁଟ ଲୋକସଭା ଆଶାୟୀ ପ୍ରାର୍ଥୀ ଜୟରାମ ପାଙ୍ଗି ଟଙ୍କା କାରବାର କରି ଗତ ୨ ମାସ ତଳେ ବିଜେପିରେ ଯୋଗଦେଇଥିବା କୁମୁଦ ଚନ୍ଦ୍ର ସାଉଁନ୍ତାଙ୍କୁ ଟିକଟ ପ୍ରଦାନ କରିଥିବା ଏକ ସାମ୍ବାଦିକ ସମ୍ମିଳନିରେ ବିଜେପି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳିର ସଂପାଦକ ତଥା ଆଶାୟୀ ପ୍ରାର୍ଥୀ ବିପିନ ମାଣ୍ଡିଙ୍ଗା, ମହେଶ୍ୱର ହିକକା, ଅନନ୍ତ ହୁଇକା ଓ ଏସିସେଲ୍‌ ଜିଲ୍ଲା ସଭାପତି ଅଗସ୍ତି ହାଲୱା ପ୍ରମୁଖ ଉପସ୍ଥିତ ରହି ପ୍ରକାଶ କରିଥିଲୋ ଏପରିକି ଅନ୍ୟ ୫ ଜଣଙ୍କ ମଧ୍ୟରୁ କାହାକୁ ହେଲେ ଟିକଟ ପ୍ରଦାନ କଲେ ଚଳିବ କିନ୍ତୁ କୁମୁଦଙ୍କ ପ୍ରାର୍ଥୀତ୍ୱ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି କର୍ମୀମାନେ ପ୍ରକାଶ କରିଥିଲୋ

ବର୍ଷ ୨୦୧୪ରୁ ସେମାନେ ନିର୍ବାଚନ ମଣ୍ଡଳିରେ ସଂଗଠନ ଆରମ୍ଭ କରିଥିବା ବେଳେ ସେହି ସମୟରେ ପତ୍ତାକା ଟିଏ ଲଗାଇବା ସକାଶେ ମଧ୍ୟ କେହି ନଥିଲେ । ଏପରି ସ୍ଥଳରେ ନୂତନ ପ୍ରାର୍ଥୀ ତଥା କୁମୁଦଙ୍କୁ କିପରି ପ୍ରାର୍ଥୀ କରାଗଲା ଓ ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତାଙ୍କ ସହ କାହିଁକି ଆଲୋଚନା କରାଗଲା ନାହିଁ ବୋଲି କହିଛନ୍ତିାଏନେଇ ଜିଲ୍ଲା ସଭାପତି ବିଜୟ ମିଶ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଥିଲେ କି କୌଣସି ପ୍ରକାର ଟଙ୍କା କାରବାର କରାଯାଇନାହିଁ କି ଜିଲ୍ଲା ସଭାପତିଙ୍କ କୌଣସି ସୁପାରିସ ମଧ୍ୟ ଟିକଟ କାରବାରରେ ନାହିଁ। କେନ୍ଦ୍ର ତରଫରୁ ଆସିଥିବା ସର୍ଭେ ଟିମ୍‌ ଜରିଆରେ ଟିକଟ ପ୍ରଦାନ କରାଯାଇଥିବା ସେ ପ୍ରକାଶ କରିଛନ୍ତିା ଆଗାମୀ ଦିନରେ ଯଦି କୁମୁଦ ଚନ୍ଦ୍ର ସାଉଁନ୍ତାଙ୍କ ଟିକଟ ପ୍ରତ୍ୟାହାର କରାନଯାଏ ତାହେଲେ ୫ ହଜାର କର୍ମୀଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ଓ ୪ଟି ବ୍ଲକର କର୍ମକର୍ତ୍ତା ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତିା

ସମ୍ବନ୍ଧିତ ଖବର