ଭଦ୍ରକ : ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ବିଜୁ ସ୍ୱାସ୍ଥ୍ୟକାର୍ଡ ଏକ ସରକାରୀ ଯୋଜନା । ଏହି ସରକାରୀ ଯୋଜନାରେ ଶାସକ ବିଜେଡି ଦଳ ନିଜର ପତିଆରା ଦେଖାଇବା ପାଇଁ ଓ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ଦଳୀୟ ଚିହ୍ନ ବ୍ୟବହାର କରୁଛନ୍ତି । ଏହି କାର୍ଡ ବଣ୍ଟନରେ ସ୍ଥାନୀୟ ଅଞ୍ଚଳର ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀ ଉପସ୍ଥିତ ରହୁଛନ୍ତି ଏବଂ ହିତାଧିକାରୀଙ୍କୁ କାର୍ଡ  ବଣ୍ଟନ କରୁଛନ୍ତି ।  ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବା ସତ୍ତ୍ୱେ ସରକାରୀ ନିୟମକୁ ଖୋଲା ଖୋଲି  ଉଲଘଂନ କରାଯାଉଛି । ଏହା ନିଶ୍ଚିତ ଭାବରେ ଆଇନ ସମ୍ମତ ନୁହଁ ଓ ଏହା ଅଗଣତାନ୍ତ୍ରିକ ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।

Advertisment

ଏହାକୁ ବିଜେପି ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ଭଦ୍ରକର ବିଜେପି  ନେତ୍ରୀ  ମନସ୍ମିତା ଖୁଣ୍ଟିଆ  ବିରୋଧ କରି ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ବିଜେଡି ଦଳର ଏତାଦୃଶ  କାର୍ଯ୍ୟକୁ ନିନ୍ଦା କରିଛନ୍ତି । ଭଦ୍ରକ ଜିଲ୍ଲା ଚରମ୍ପା ଗ୍ରାମ ପଞ୍ଚାୟତରେ ସ୍ମାର୍ଟକାର୍ଡ ବଣ୍ଟନ ବେଳେ  ବିଜେଡିର ଦଳୀୟ ଚିହ୍ନ ଲାଗିବା କେତେ ଯଥାର୍ଥ ବୋଲି ପ୍ରଶ୍ନ କରିଛନ୍ତି । ଏ ପ୍ରତି ଦୃଷ୍ଟି ଦେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ଶ୍ରୀମତୀ ଖୁଣ୍ଟିଆଙ୍କ ତତ୍ୱାବଧାନରେ ଆଜି ଭଦ୍ରକ ବ୍ଲକ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ  ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଚନ୍ଦନ ନାୟକ, ସୁବୋଧ ଦାସ,ବାଦଲ ପଣ୍ଡା, ମାନଗୋବିନ୍ଦ ନାୟକ,ଗୌତମ ବେହେରା ,ଶ୍ରୀକାନ୍ତ ଛତାର,ମାନସ ପଣ୍ଡା, ଜୀବନ ନାୟକ ଉପସ୍ଥିତ ଥିଲେ ।