ମୋଦୀ ସରକାରଙ୍କର ସର୍ବାଧିକ ଲାଭାନ୍ବିତ ଜିଲ୍ଲାରୁ ମାଲକାନଗିରି ସର୍ବାଗ୍ରେ: ବିଜେପି

ମାଲକାନଗିରି: ମୋଦୀ ସରକାରରେ ସର୍ବାଧିକ ଲାଭାନ୍ବିତ ଜିଲ୍ଲା ଭିତରେ ମାଲକାନଗିରି ଜିଲ୍ଲା ସର୍ବପ୍ରଥମେ ଆସିବ ବୋଲି ଆଜି ବିଜେପି ତରଫରୁ ସାମ୍ବାଦିକ ସମ୍ମିଳନୀରେ ଜୋର ଦେଇ କହିଛି। ଗତ ୮ ବର୍ଷ ମଧ୍ୟରେ ମୋଦୀ ଶାସନରେ ଦେଶର କିଛି ହୋଇପାରିବ ନାହିଁ ଚିନ୍ତାଧାରାରୁ ହଟି ମୋଦୀ ଅଛନ୍ତି ତ ସବୁ କିଛି ସମ୍ଭବର ଧାରଣା ସୃଷ୍ଟି ହୋଇଥିବା କୁହାଯାଇଥିଲା। ବର୍ତ୍ତମାନ ଲୋକେ କହୁଛନ୍ତି ଯେ ଯାହା ଆଗରୁ ହୋଇନଥିଲା, ତାହା ମୋଦୀ ସରକାରଙ୍କ ଶାସନ କାଳରେ ହେଲା। ଗରିବ, ପଛୁଆ, ଆଦିବାସୀ, ମହିଳା, ଯୁବକ, ଅଳ୍ପ ସଂଖ୍ୟକ ଏବଂ ସମାଜର ପ୍ରତ୍ୟେକ ସ୍ତରରେ ବାସ କରୁଥିବା ଲୋକଙ୍କ ଜୀବନ ମାନଙ୍କରେ ଉତଥାନର ଯାତ୍ରା ମୋଦୀ ସରକାର ଗତ ୮ ବର୍ଷରେ କରିଛନ୍ତି।

ସ୍ବାଧୀନତାର ୭୦ ବର୍ଷ ପର୍ଯ୍ୟନ୍ତ ଦେଶର କୌଣସି ସରକାର ମାଲକାନଗିରି ଜିଲ୍ଲାର ବିକାଶ ପାଇଁ କାମ କରିନଥିଲେ। ଏହି ଜିଲ୍ଲାକୁ ସବୁବେଳେ ପଛୁଆ, ଅନୁନ୍ନତ, ବିଛିନ୍ନାଞ୍ଚଳ ଜିଲ୍ଲା ଭାବେ ହୀନ ଚକ୍ଷୁରେ ଦେଖାଯାଉଥିଲା।ମୋଦି ସରକାର ଦେଶର ୧୧୭ଟି ଅନୁନ୍ନତ ଜିଲ୍ଲାକୁ ଚିହ୍ନଟ କରିଥିଲେ ଏବଂ ଏହି ତାଲିକାରେ ମାଲକାନଗିରି ସମ୍ତେତ ଓଡିଶାରର ୧୦ଟି ଜିଲ୍ଲା ଅନ୍ତର୍ଭୁକ୍ତ ଥିଲା। ମାଲକାନଗିରି ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟକୁ ସିଧାସଳଖ ଭାବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦାରଖ କରାଗଲା। ବିଭିନ୍ନ  ସମୟରେ ଭିନ୍ନ ଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀ ମାନେ ଜିଲ୍ଲାକୁ ଗସ୍ତକରି ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ।

ଗତ ୮ ବର୍ଷ ମଧ୍ୟରେ ମୋଦୀ ଶାସନରେ ମାଲକାନଗିରି ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ସ୍ପଷ୍ଟ ରୂପେ ପ୍ରତିଫଳିତ ହୋଇପାରିଛି। ମାଲକାନଗିରି ଜିଲ୍ଲା ପାଇଁ ୩୦୬ଟି ମୋବାଇଲ ଟାୱର ନିର୍ମାଣ ହୋଇପାରିଛି। କେନ୍ଦ୍ର ସରକାରଙ୍କର ସମସ୍ତ ଯୋଜନା ମାଲକାନଗିରିବାସୀଙ୍କ ପାଇଁ ଖୋଲିଦିଆଯାଇଛି। ଆଜି ପୋଷ୍ଟ ଅଫିସରେ ରେଳଟି କଟ, ବ୍ୟାଙ୍କିଙ୍ଗ ସୁବିଧା, ପାସପୋର୍ଟ ସୁବିଧା ଆଦି ଯୋଗାଇ ଦେଇଛନ୍ତି। ମୋଦୀ ସରକାରଙ୍କର ଏହି ବିଚାରଧାରା ଜାରି ରହିଲେ ଆଗାମୀ ଦିନରେ ମାଲକାନଗିରି ଜିଲ୍ଲା ଦେଶର ଏକ ନମ୍ବର ବିକଶିତ ଜିଲ୍ଲା ଭାବେ ମାନ୍ୟତା ମଧ୍ୟ ପାଇବ। ଏଥିସହ ମୋଦୀ ସରକାରଙ୍କର ବିକାଶର ଗାଥାକୁ ବିଜେପିର ନେତା ଓ କର୍ମୀମାନେ ବଖାଣିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ୟାମଲ ସୁନାନୀ, ସମ୍ପାଦକ ମାଣିକ ଚକ୍ରବର୍ତ୍ତୀ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ, କୋଷାଧ୍ୟକ୍ଷ ସଞ୍ଜୟ ସରକାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର