ସୁନ୍ଦରଗଡ଼ରେ ବିଜେପିର ବିଜୟ ଶୋଭାଯାତ୍ରା  

ସୁନ୍ଦରଗଡ଼: ସୁନ୍ଦରଗଡ଼ ପୌରାଧ୍ୟକ୍ଷ ଭାବେ ବିଜେପିର ତନୟା ମିଶ୍ର ବିଜୟୀ ହେବା ପରେ ବିଜେପି ଶିବିରରେ ବେଶ ଉଲ୍ଲାସ ପ୍ରକାଶ ପାଇଛି। ଜିଲ୍ଲା ପରିଷଦରେ ଶୋଚନୀୟ ପରାଜୟ ପରେ ପୌର ବିଜୟ ବିଜେପି ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି। ଏହି ଅବସରରେ ସୋମବାର ବିଜେପି ପକ୍ଷରୁ ବିଜୟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ବାଜା, ରୋଶଣି ମଧ୍ୟରେ ବିଜୟୀ ପୌରାଧ୍ୟକ୍ଷା ତନୟା ମିଶ୍ର, ଜିଲ୍ଲା ସଭାପତି ତଥା ତଳସରା ବିଧାୟକ ଭବାନୀଶଙ୍କର ଭୋଇ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ପୂର୍ବତନ ବିଧାୟିକା ସୁଷମା ପଟେଲ, ସାଂସଦ ପ୍ରତିନିଧି ବଟକିଶୋର ମିଶ୍ର ପ୍ରମୁଖ ବହୁ କର୍ମକର୍ତ୍ତା ଓ କର୍ମୀ ସହର ପରିକ୍ରମା କରି ସହରବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର