ଖୋର୍ଦ୍ଧା: ଖୋର୍ଦ୍ଧା ସନ୍ନିକଟ ନିଜିଗଡ଼ ତାପଙ୍ଗ ଠାରେ ଖୋର୍ଦ୍ଧା ଜିଲ୍ଲା ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅତିଥି ଭାବେ ଯୋଗ ଦେଇଥିଲେ। ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ଭଞ୍ଜଦେଓ ଏହାର ଅଧ୍ୟକ୍ଷତା କରିଥିଲେ। କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରିତ୍ୱରେ ସରକାର ୮ ବର୍ଷ ପୂର୍ତ୍ତି କରିଛି। ଏହି ବର୍ଷରେ ଭାରତର ବିକାଶ ଓ ଜନତାଙ୍କ ମଙ୍ଗଳ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ବିଶେଷତଃ ମହିଳାଙ୍କ ଆର୍ଥିକ ଓ ସାମାଜିକ ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ସାଂସଦ କହିଥିଲେ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ରଶ୍ମୀ ରଞ୍ଜନ ମହାପାତ୍ର, ସାଧାରଣ ସମ୍ପାଦକ ପ୍ରତାପ ମହାପାତ୍ର, ମଣ୍ଡଳ ସଭାପତି ଦିଲିପ ପାଣି, ସନ୍ତୋଷ ଚମ୍ପତ୍ତି, ସୁମିତ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଆଶା, ଏନଏନ୍ଏମ୍ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ସମ୍ମାନିତ କରାଯାଇଥିଲା। ଶୁଭାଙ୍ଗୀ ପାଲଟାସିଂହ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ମହିଳା ମୋର୍ଚ୍ଚାର ସବିତା, ନିରୂପମା, ପ୍ରଭାତୀ, ଦେବକୀ ପ୍ରମୁଖ ପରିଚାଳନା କରିଥିଲେ।