ସୁନ୍ଦରଗଡ଼: ବିଜୁ ଜନତା ଦଳର ଦୀର୍ଘ ୨୪ବର୍ଷର ସ୍ଥିର ସରକାର ରାଜ୍ୟରେ ଅତିଶୀଘ୍ର ସମସ୍ତ ଧାନମଣ୍ଡି ଖୋଲିବା, ଧାନମଣ୍ଡି ସବୁଦିନ ପାଇଁ ଖୋଲାରଖିବା, ଧାନକିଣା କାରବାରରେ କଟନୀ ଛଟନୀ ବନ୍ଦ କରିବା, ଧାନ ମଣ୍ଡିରେ ମିଲରମାନଙ୍କ ଦାଦାଗିରି ବନ୍ଦ କରିବା ସହିତ ମିଲରମାନଙ୍କ ପ୍ରବେଶକୁ ବନ୍ଦ କରିବା, ଧାନକିଣା କାରବାରରେ ଟୋକନ ବ୍ୟବସ୍ଥାକୁ ଉଛେଦ କରିବା ଏବଂ ଓଡ଼ିଶା ସରକାର ଅନ୍ୟ ରାଜ୍ୟ ଭଳି ଧ।ନ ବୋନସ ଲାଗୁ କରିବା ପ୍ରତିବାଦରେ ଆଜି ବିଜେପି, ସୁନ୍ଦରଗଡ଼ ସାଂଗଠନିକ ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ରବିଚନ୍ଦ୍ର ପଟେଲଙ୍କ ନେତୃତ୍ୱରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ତଥା ବିଧାୟକ ତଳସରା ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ ବିଧାୟିକା ତଥା ରାଜ୍ୟ ଉପସଭାନେତ୍ରୀ କୁସୁମ ଟେଟେ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଟକିଶୋର ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସୁଖଲାଲ ମୁଣ୍ଡା, ଯଶବନ୍ତ ନାଏକ ସମେତ ଜିଲ୍ଲା ଓ ମଣ୍ଡଳସ୍ତରୀୟ ପଦାଧିକାରୀଙ୍କ ଉପସ୍ଥିତିରେ ଓଡ଼ିଶା ପ୍ରଦେଶର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସୁନ୍ଦରଗଡ଼ ଉପ ଜିଲ୍ଲାପାଳଙ୍କୁ ୬ଦଫା ଦାବି ସମୂହକୁ ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।