ଜୟପୁର: ଆଜି ମଙ୍ଗଳବାର  ଅପରାହ୍ନ ୩ଟା ବେଳେ ଜୟପୁର ବ୍ଲକର କାଳିଆଗାଁ ପଞ୍ଚାୟତରେ ବ୍ୟାପକ ଦୁର୍ନିତୀ ହୋଇଥିବା ଅଭିଯୋଗ କରି ଭାରତୀୟ ଜନତା ପାର୍ଟି ଆମ୍ବାଗୁଡା ମଣ୍ଡଳ ସଭାପତି ଶିବଶଙ୍କର ପାଢ଼ୀ, ନଳିନୀ ଦାସ, ପାମ୍ପୁଣୀ ମଣ୍ଡଳ ସଭାପତି ଦୀନବନ୍ଧୁ ପ୍ରଧାନ, ଜୟପୁର ନଗର ମଣ୍ଡଳ ସଭାପତି ରାଧେଶ୍ୟାମ ପରିଡା, ଇଛା ମାଳି, ଅଭି କର୍ଲିଆ, ହରିଶ୍ଚନ୍ଦ୍ର ମାଳି, ନାରାୟଣ, ରାମୁ ବେହେରା ଇତ୍ୟାଦିଙ୍କ ନେତୃତ୍ବରେ ବିଜେପି କର୍ମୀଙ୍କୁ ନେଇ ପଞ୍ଚାୟତ କାର୍ଯ୍ୟା‌ଳୟକୁ ଘେରାଉ କରାଯାଇଥିଲା।

Advertisment

କାଳିଆଗଁ, ଘାଟବାଗ୍ରା, ନୂଆଗୁଡା, ଛତାମଗୁଡା, ସିରାଗୁଡା, ବାୟାଗୁଡା ଆଦି ଗ୍ରାମର ଲୋକେ ଏଥିରେ ଭାଗ ନେଇଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତଂଚକତା, ଶ୍ମଶାନରେ ଘର ନଥିବା, ବିଭିନ୍ନ ଭତ୍ତା ପ୍ରଦାନରେ ହେରଫେର ହୋଇଥିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନିତୀ ହୋଇଥିବା ଅଭିଯୋଗ କରିଥିଲେ। ଗାଁ ଗୁଡିକରେ ଠିକରେ ପାନୀୟ ଜଳ ମୁନ୍ଦେ ମିଳୁନଥିବା ଅଭିଯୋଗ କରିଥିଲେ।