ଆନନ୍ଦପୁର: ଆନନ୍ଦପୁରରେ ଧାନର ଅଭାବୀ ବିକ୍ରି ନେଇ ଅସନ୍ତୋଷ ତେଜୁଛି। ଚାଷୀ ଟୋକନ୍ ପାଇଥିଲେ ମଧ୍ୟ ଟାର୍ଗେଟ ନଥିବାରୁ ଧାନ ବିକ୍ରି କରିପାରୁ ନାହାନ୍ତି। ପ୍ରକୃତ ଚାଷୀ ଧାନ ବିକ୍ରି କରିନପାରି ହଟହଟା ହେଉଥିବାବେଳେ ଚଞ୍ଚକତା କରି ବେପାରୀମାନେ ଧାନ ବିକ୍ରି କରି ମାଲାମାଲ ହେଉଛନ୍ତି। କଟନିଛଟନି ନାମରେ କୁଇଣ୍ଟାଲ ପିଛା ୧୦ କେଜି ପର୍ଯ୍ୟନ୍ତ ଧାନ କଟା ଯାଉଛି।
ଏନେଇ ବାରମ୍ବାର ଜିଲ୍ଲାପାଳଙ୍କୁ ବିଜେପି ପକ୍ଷରୁ ସମସ୍ତ ଦସ୍ତାବିଜ୍ ସହ ଅବଗତ କରାଯାଇଥିଲେ ମଧ୍ୟ ପ୍ରଶାସନ ହାତବାନ୍ଧି ବସିଛି। ଏହାର ପ୍ରତିିବାଦରେ ବିଜେପି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମହେଶ୍ବର ସାହୁ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ପୃଥ୍ବୀରାଜ କୁଅଁର, ମହିଳାନେତ୍ରୀ ସୁମତି ଜେନା, ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ସ୍ବଦେଶ ସ୍ବାଇଁ, ରାଜ୍ୟ ଏସ୍ସି ମୋର୍ଚ୍ଚା ଉପସଭାପତି ହେମନ୍ତ ମଲ୍ଲିକଙ୍କ ନେତୃତ୍ବରେ ୫ଶହରୁ ଊର୍ଦ୍ଧ୍ବ ବିଜେପି କର୍ମୀ ଓ ଚାଷୀ ଆନନ୍ଦପୁର ବ୍ରିଜଛକରୁ ଏକ ଶୋଭାଯାତ୍ରାରେ ବାହାରି ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ସ୍ଲୋଗାନ ଦେଇ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ବିଜେପି ନେତାମାନେ ଆନନ୍ଦପୁର ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତଙ୍କ ସହ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/796e0c2d-6336-4f58-a70b-039eb94652a6.jpg)