‘ପରୀ’ ହତ୍ୟା ମାମଲା: ଅରୁଣ ସାହୁଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଓ ଗିରଫ ଦାବିରେ ବିଜେପିର ପଦଯାତ୍ରା

ଜୟପୁର: ନୟାଗଡର ଶିଶୁ ପରୀ ହତ୍ୟା ମାମଲାକୁ ନେଇ ଆଜି ଜୟପୁର ଭାରତୀୟ ଜନତା ପାର୍ଟି ତରଫରୁ ପଦଯାତ୍ରା କରାଯାଇଥିଲା। ହାଟପଦାଠାରୁ ଆରମ୍ଭ ହୋଇ ରାଜନହର ପର୍ଯ୍ୟନ୍ତ ଶୋଭାଯାତ୍ରା ପହଞ୍ଚି ଥିଲା। ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଗୌତମ ସାମନ୍ତରାୟଙ୍କ ନେତୃତ୍ବରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁରଭି ପାଣି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣିମା ନାୟକ, ଜୟପୁର ନଗର ସଭାପତି ସାଧୁ ଚରଣ ଚୌଧୁରୀ, ସୀମା କରନ, ବୈଦ୍ୟନାଥ ମିଶ୍ର, ଅଞ୍ଜଳି ମିଶ୍ର, ସ୍ଵାତି ହୋତା, ରଘୁନାଥ ପାଣିଗ୍ରାହୀ,ଭବାନୀ ରେଡ୍ଡୀ, ସଞ୍ଜୟ ବେହେରା, ଦୁର୍ଗା ଚରଣ ଦାସ, ଅଭିଜିତ ମହାନ୍ତି, ରାଧେଶ୍ୟାମ ପରିଡା, ଭବାନୀ ମିଶ୍ର , ମହମ୍ମଦ ମୁନ୍ନା ପ୍ରମୁଖ ଭାଗ ନେଇଥିଲେ।

ପରୀ ହତ୍ୟା ଘଟଣା ରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଅରୁଣସାହୁ ଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା ସହ ଗିରଫ କରିବା ଦାବି କରିଛି ବିଜେପି।ଏହି ଘଟଣା ରେ ଜଡିତ ଥିବା ବାବୁଲି ନାୟକଙ୍କୁ କାହା ଚାପରେ ପୋଲିସ ଗିରଫ କରୁନି ବୋଲି ଏମାନେ ପ୍ରଶ୍ନ କରିଥିଲେ।

ସେପଟେ ରାଜ୍ୟ ରେ ଗତ ୨୦୧୭ ମସିହାଠାରୁ ୫ହଜାର ରୁ ଉର୍ଦ୍ଧ ଶିଶୁ ଅପହରଣ, ଓ ହତ୍ୟା ଭଳି ଘଟଣା ସାମ୍ନା କୁ ଆସିଥିଲେ ମଧ୍ୟ କେବଳ ୨୭% ପ୍ରତିଶତ ମାମଲା ର ସମାଧାନ ହୋଇଛି ବୋଲି ଏମାିନେ ସ୍ଲୋଗାନ ମାନ ଦେଇଥିଲେ। ପରୀ ହତ୍ୟା ଘଟଣା ସଙ୍ଗେ ସଙ୍ଗେ କୁନ୍ଦୁଲି ଗଣ ଦୁଷ୍କର୍ମ,ଓ କୋଟପାଡ଼ର ବାଘଛୁଆଁ ନାବାଳିକା ଗଣଦୁଷ୍କର୍ମ ଘଟଣା ନେଇ ରାଜ୍ୟ ସରକାରଙ୍କୁ ଚାପ ପକାଯିବା ସହ ଜିଲ୍ଲାବ୍ୟାପି ଜନସଚେତନ କରାଯିବ ବୋଲି କହିଛନ୍ତି ଜିଲ୍ଲା ସଭାପତି ଶ୍ରୀ ପ୍ରଧାନ।

ସମ୍ବନ୍ଧିତ ଖବର