କୁଚିଣ୍ଡା: କୁଚିଣ୍ଡା ଉପଖଣ୍ଡକୁ ଏକ ଜିଲ୍ଲା ଦାବି କରି ଭାରତୀୟ ଜନତାପାର୍ଟୀ ରାଜ୍ୟ ସମ୍ପାଦକ ରବିନାରାୟଣ ନାୟକ, ପୂର୍ବ ବିଧାୟକ ବୃନ୍ଦାବନ ମାଝୀ, ଜିଲ୍ଲା ସମ୍ପାଦକ ଶୁଶିଲ କୁମାର କର, ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟରାଜ କିସାନ, ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ମମତା ପଟେଲ, ନଗର ସଭାପତି କାହ୍ନୁ ନାୟକ, ମହେଶ ରାୟ, ପ୍ରାଣବନ୍ଧୁ ନାଥ, ଲିଲିମା କାଲୋ, ପଦ୍ମଚରଣ ଗୁରୁଙ୍କ ନେତୃତ୍ବରେ ଦିନ ୧୨ଟାରେ କୁଚିଣ୍ଡା ବିଜେପି କାର୍ଯ୍ୟାଳୟ ଠାରୁ ଶୋଭାଯାତ୍ରାରେ ସହର ପରିକ୍ରମା କରି କୁଚିଣ୍ଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଆସି ଏକ ସଭା ଅନୁଷ୍ଠିତ ହୋଇଥିଲା। ଶୁଶିଲ କରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପଦ୍ମ ଚରଣ ଗୁରୁ, ବୃନ୍ଦାବନ ମାଝୀ, ରବିନାରାୟଣ ନାୟକ ଉଦବୋଧନ ଦେଇ ଦେଶ ସ୍ବାଧୀନତା ହେବା ପୂର୍ବରୁ ରହିଥିବା କୁଚିଣ୍ଡା ଜିଲ୍ଲା ହୋଇନଥିବାରୁ ଏ ଅଞ୍ଚଳ ଏକ ଆଦିବାସୀ ହୋଇଥିଲେ ମଧ୍ୟ ଏହା ବହୁ ପଛରେ ରହିଛି।
ଏଣୁ ବିଜେପି ଜିଲ୍ଲା ଆନ୍ଦୋଳନ କରିବା ସହିତ କୁଚିଣ୍ଡା ଜିଲ୍ଲା ଦାବି କରିଛନ୍ତି। ନିର୍ବାଚନ ସମୟରେ ପଦ୍ମପୁର ଜିଲ୍ଲା କରିବା ପାଇଁ ସରକାର ଘୋଷଣା କରିଛନ୍ତି। ପଦ୍ମପୁର ଜିଲ୍ଲା ହେବାପୂର୍ବରୁ କୁଚିଣ୍ଡା ଜିଲ୍ଲା ନହେଲେ ବିଜେପି ଆନ୍ଦୋଳନକୁ ଆହୁରି ତୀବ୍ର କରିବା ସହିତ ଆଞ୍ଚଳିକ ସମସ୍ୟା ଝୁଲେନପୋଲ ନିର୍ମାଣ, ଧାନ କିଣାବିକାରେ ଅଚଳାବସ୍ଥା କଟନୀ ଛଟନୀ ସମସ୍ୟା ଦୂର କରିବା ସହିତ ନେଇ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳ ଓଡିଶା ସରକାରଙ୍କୁ ପ୍ରଦାନ କରିଛନ୍ତି। ଅତି ଶୀଘ୍ର ଦାବି ପୁରଣ ପାଇଁ ପଦକ୍ଷେପ ନ ନେଲେ ବିଜେପି ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନ ପାଇଁ ଚେତାବନୀ ଦେଇଛନ୍ତି।